Latest Odisha News

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ସିଆରପିଏଫ୍ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା । ଏହି ଘଟଣାରେ ସିଆପିଏଫ ୧୬୮ ବାଟାଲିୟନର ଜଣେ ଯବାନ ସହିଦ ହେବା ସହ ଅନ୍ୟଜଣେ ଯବାନ ଗରୁତର ହୋଇଥିବା ଜଣାପଡ଼ିଛି ।

ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂର ବିଜାପୁର ବାସାଗୁଡ଼ା ଥାନା ତିମାରପୁର ଅଞ୍ଚଳରେ ସିଆରପିଏଫ ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଏନେଇ ବିଜାପୁର ଏସପି କମଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ସିଆରପିଏଫ ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ମାଓବାଦୀମାନେ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ । ମାଓବାଦୀଙ୍କ ଗୁଳିମାଡ଼ରେ ସିଆରପିଏଫ ଯବାନ ଶାନ୍ତି ଭୂଷଣ ତିର୍କି ସହିଦ ହୋଇଥି ବେଳେ ସିଆରପିଏଫ ଯବାନ ଆପା ରାଓ ଗୁରୁତର ହୋଇଥିବା ଆଇଜି କହିଛନ୍ତି ।

ଆହତ ଯବାନ ଏବଂ ସହିଦ ଅଧିକାରୀଙ୍କ ମୃତ ଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ଆଇଜି କହିଛନ୍ତି ।

Comments are closed.