Latest Odisha News

ଷ୍ଟାମ ପେପରେ ସର୍ତ୍ତ ରଖି ବାଜି ଲଗାଇଲେ ଦୁଇ ଦଳର କର୍ମୀ: ୨ ଗିରଫ

ଗାଜିଆବାଦ: ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୧୧ଟି ଜିଲ୍ଲାରେ ୫୮ଟି ଆସନରେ ଭୋଟ ହୋଇ ସାରିଛି । ଭୋଟ ପରେ ଗାଜିଆବାଦର ଲୋନି ବିଧାନସଭା କ୍ଷେତ୍ରକୁ ନେଇ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଏଠାରେ ସମାଜବାଦୀ ପାର୍ଟି ଏବଂ ଆରଏଲଡି ମେଣ୍ଟରେ ବିଧାୟକ ପ୍ରାର୍ଥୀ ଦିଆଯାଇଥିବା ବେଳେ ବିପକ୍ଷରେ ରହିଛି ବିଜେପି ପ୍ରାର୍ଥୀ । ଏହାରି ଭିତରେ ଦୁଇ ଦଳର ର୍କମୀଙ୍କ ମଧ୍ୟରେ ଲାଗିଛି ବାଜି । ୧୮ ହଜାର ଟଙ୍କା ସର୍ତ୍ତ ରଖା ଯାଇଛି । ଏହା ପୁଣି କଥାରେ ନୁହେଁ, କୋର୍ଟ ଷ୍ଟାମ୍ପ ପେପରରେ ସର୍ତ୍ତ ରଖା ଯାଇଛି ।

ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଥିବା ସର୍ତ୍ତ ଷ୍ଟାମ୍ପ ପେପର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେପଟେ ଏହି ଘଟଣାକୁ ନେଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବାଜି ଲଗାଇଥିବା ୨ଜଣଙ୍କୁ ପୋଲିସ ଗିରଫ କରିଥିବା ଲୋନୀ ବର୍ଡର ଥାନା ଅଧିକାରୀ ସଚିନ କୁମାର ସୂଚନା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି କୌଣସି ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟକୁ ନେଇ ବାଜି ଲଗାଇବା ଅନୁଚିତ ।

Comments are closed.