Latest Odisha News

ଭାଷା ଭାଗବତ : ଶୁଦ୍ଧତା ଆଡ଼କୁ…

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୧

ଶବ୍ଦର ଏହି ରୂପାବଳି
ରଖିବା ଯତନେ ସଂଭାଳି
ତ୍ରୁଟି ହେବନି ବାରଂବାର
ସ୍ବଭାଷା ହେବ ଶୁଦ୍ଧତର

କୃଷ୍ଣ ଓ ଅକ୍ରୂର ମିତ୍ରତା
କୃଷକ ଉପରେ କ୍ରୂରତା

ତୃତୀୟ ଥର ହେଲା ତ୍ରୁଟି
ତୃଷ୍ଣା ଆତୁର ଶତ୍ରୁ ତଂଟି

ଦୃଢ଼ମୂଳ ଏ ଦ୍ରୁମାବଳି
ଦ୍ରୁତ ଯାନରୁ ଦୃଶ୍ଯ ଭଳି

ଦୃଷ୍ଟିବାଧିତକୁ ବିଦ୍ରୂପ
ଭୃତ୍ୟର ଭ୍ରୂକୁଂଚିତ ରୂପ

ଶୃଗାଳ ଡାକ ଶ୍ରୁତିକଟୁ
ଶୃଂଖଳା ଶ୍ରୁତି ନିତି ଘଟୁ

‘ ଋଦ୍ଧିମଂତ’ ରେ ‘ ଋ ‘ ରହୁ
କେବେ ବି ‘ ରୁ ‘ ଆଉ ନୋହୁ

‘ ଅମୃତା, ମୃଣାଳ ‘ ଲିଖନ
‘ ମ୍ରି ‘ ର ନାହିଁ ପ୍ରୟୋଜନ

ଏ ଭେଦ ବୁଝି କରୁଁ ଶିକ୍ଷା
ଭାଷାଟି ପାଇବ ସୁରକ୍ଷା
ସଂଦେହଗ୍ରସ୍ତ ହେଲେ ମନ
ଦେଖୁଁ ଉତ୍ତମ ଅଭିଧାନ

ଯତ୍ନ ସହିତ କରୁଁ କାମ
ସ୍ବଭାଷା ହେବ ସର୍ବୋତ୍ତମ
ଲୋଡ଼ୁଛି ଲୋକ ସେବା ଶ୍ରମ
କିପାଇଁ ନେଉଛୁଁ ବିଶ୍ରାମ ?

Comments are closed.