Latest Odisha News

BREAKING NEWS

ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ,ଡାକ୍ତରଖାନାରେ ଭର୍ତି

ନୂଆପଡା : ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ହାତ ଗୋଡ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ସରପଞ୍ଚ ପ୍ରାର୍ଥୀ ହେଲେ ସୁନାରିସିକୁଆଁ ଗାଁର ସରପଞ୍ଚ ପ୍ରାର୍ଥୀ ରୂପେ ଚୂଳମଣି ବୈଠାରୁ ପ୍ରାର୍ଥୀ ହୋଇଥିଲେ । ସେ ଖୋଲାବହି ଚିହ୍ନରେ ଠିଆ ହୋଇଥିଲେ ।ତାଙ୍କୁ ଗତକାଲି ପ୍ରଥମେ ଅପହରଣ କରାଯାଇଥିଲା ।

ହେଲେ ଆଜି ସକାଳୁ ତାଙ୍କୁ ହାତ ଗୋଡ ବନ୍ଧା ଅବସ୍ଥାରେ ଗାଁ ଠାରୁ ୧ କିଲୋମିଟର ଦୂରରେ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ଅବସ୍ଥା ବହୁତ ଖରାପ ଅଛି ସେ କଥା କହିପାରୁନାହାନ୍ତି । ବିରୋଧୀ ପ୍ରାର୍ଥୀମାନେ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

Comments are closed, but trackbacks and pingbacks are open.