ନୂଆପଡା: କିଛି ନିର୍ଦ୍ଦିଷ୍ଟ ଏଜେଣ୍ଟଙ୍କୁ ନେଇ ଭୋଟ ବାକ୍ସ ସିଲ । ମତଦାନରେ ଅନିୟମିତତା ଅଭିଯୋଗ ଆଣିଲେ ଅନ୍ୟାନ୍ୟ ଏଜେଣ୍ଟ ଓ ପ୍ରାର୍ଥୀ ।
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଏଜେଣ୍ଟ ଓ ପ୍ରାର୍ଥୀ ମାନେ । ଭୋଟିଂ ଶେଷ ହେବା ସମୟରେ ପ୍ରିଜାଇଡିଂ ଅଫିସର ସମସ୍ତଙ୍କୁ ବାହାର କରିଦେଇ ପୁଲିଂ ସେଣ୍ଟରକୁ ବନ୍ଦ କରିଦେଇଥିବା ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଅଫିସର ଜାଣିଶୁଣି ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ବେନିୟମ ମତଦାନ କରାଇଛନ୍ତି ବୋଲି ଏଜେଣ୍ଟ ମାନଙ୍କ ସହ ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି ।
ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୁନଃ ନିର୍ବାଚନ ହେଉ ବୋଲି ଏଜେଣ୍ଟ ଓ ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବୁଥ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ବାକ୍ସ ଓ ପୋଲିଂ କର୍ମଚାରୀଙ୍କୁ ଉଦ୍ଧାର କରିଛି । ବର୍ତ୍ତମାନ ପ୍ରିଜାଇଡିଂ ଅଫିସରଙ୍କ ଖମଖିଆଳି ନୀତି ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇ ପଡିଛି ।
Comments are closed.