Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ

୨୨-୦୫-୨୦୧୯ ବୁଧବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୨ ରିଖ ବୁଧବାର ବୃଷ ୮ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର
କର୍କଟ ରାଶିର ଘାତ ବାର
ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ ମିଥୁନ ରାଶି ମହିଳାଙ୍କ ଘାତ ଚନ୍ଦ୍ର
ଆଜି: ମୂଳା ଖାଇବା ନିଷେଧ

ମେଷ
ଆଜି ପ୍ରତ୍ୟେକ କାମରେ ସଫଳତା ମିଳିବ ଗୃହରେ ମାଙ୍ଗଳିକ କାର‌୍ୟ୍ୟ ଅନୁଷ୍ଠିତ ହୋଇପାରେ।ବନ୍ଧୁ ମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭଭ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ।

ବୃଷ
ଆଜି ହଠାତ୍‌ ଦୂରସ୍ଥାନକୁ ଯାତ୍ରା କରିବେ
ପୂର୍ବର ଶତୃମାନେ ପରାଜୟ ହେବେ
ପୂର୍ବ ଯୋଜନା ଅନୁଯାୟୀ କାର‌୍ୟ୍ୟକାରି ସଫଳତା ପାଇବେ । ଅର୍ଥନୈତିକ କାର‌୍ୟ୍ୟକ୍ରମ, ସଭାସମିତି, କଳା କାରିଗରୀ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ସୁଖଶାନ୍ତି ଦେଖା ଦେବ।

ମିଥୁନ
ବିଭିନ୍ନ ଦିଗରୁ ସାହାଯ୍ୟ ପାଇଲେ ମଧ୍ୟ ଆଜିର କାମ ଗୁଡିକ ସକାଶେ ହନ୍ତସନ୍ତ ହେବାକୁ ପଡିବ। ପରିସ୍ଥିତିରେ ପଡି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ସକାଶେ ବହୁତ ଅର୍ଥବ୍ୟୟର ସମ୍ଭାବନା ରହିଛି। ଅନେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।

କର୍କଟ
ଆଜି କାର‌୍ୟ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଓ ସନ୍ତାନ ହେତୁକ ଗୈାରବ ବୃଦ୍ଧିର ପ୍ରତୀକ ହେବ। ତଥାପି ପାରିବାରିକ କ୍ଷେତ୍ର, ଆନୁଷ୍ଠାନିକ କାମ ସକାଶେ ପ୍ରତିକୁଳ ପରିସ୍ଥିତି ସୃଷ୍ଟିର ଆଶଙ୍କା ଦେଖା ଦେଇପାରେ। ପରିବହନ, ଯାନବାହନ, ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ ହିଁ କାର‌୍ୟ୍ୟ ସାଧିତ ହେବ।

ସିଂହ
ଆଜି ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ,ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି କରିବେ। ଆଇନ ଓ ଆଧ୍ୟାତ୍ମିକ ଦିଗରେ ସଫଳତା ମିଳିବ । ସାହିତ୍ୟ,କଳା, କ୍ରୀଡା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା
ଆଜି ଧର୍ମକାର‌୍ୟ୍ୟରେ ଅର୍ଥବ୍ୟୟ କରିବେ। ଜମିଜମା,ଗୃହସୀମା, ନିର୍ମାଣ, କୋର୍ଟକଚେରି ମାମଲା କ୍ଷେତ୍ରରେ ସଂକଟ ଜନକ ସ୍ଥିତି ସୃଷ୍ଟି ହେବ। ଆବଶ୍ୟକୀୟ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ମଙ୍ଗଳଜନକ କାର‌୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।

ତୁଳା
ଆଜି ବିବାଦୀୟ ଚିନ୍ତାଧାରା ସୃଷ୍ଟିକରି କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ପାରିବାରିକ, ଅର୍ଥସମ୍ପର୍କ, ଯାନ୍ତ୍ରିକ ଜିନିଷର କାରବାର କ୍ଷେତ୍ରକୁ କାଳକ୍ଷେପଣ ନୀତିରେ ବିଳମ୍ବିତ କରାଇବ।

ବିଛା
ଆଜି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ବୈଷୟିକ ସୁଖ,ସମୃଦ୍ଧି ସଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ବିଷାଦ ବଢିପାରେ। ଅନ୍ୟାନ୍ୟ କ୍ଷେତ୍ରରେ ସୁଫଳ ପାଇବେ।

ଧନୁ
ଆଜି ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଆତ୍ମୀୟ ସ୍ବଜନମାନଙ୍କ ନିକଟରୁ ସହାନୁଭୂତି ମଧ୍ୟ ପାଇବେ ନାହିଁ । ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟରେ ଉନ୍ନତି ହେବ।

ମକର
ଆଜି ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମାନ କରିବାର ଧୈର‌୍ୟ୍ୟ ହାସଲ କରିବେ। ଅର୍ଥ ସଂକଟ ଦୂର ହେବ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ର କରି ସମସ୍ୟା ଦେଖାଦେବ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ଭୁଲ୍‌ବୁଝାମଣା ହେତୁ ସ୍ତ୍ରୀଙ୍କ ସୁସମ୍ପର୍କ ରହିବ ନାହିଁ ।

କୁମ୍ଭ
ଆଜି ବିଭିନ୍ନ ଦିଗରୁ ଉପକୃତ ହେବେ। ମନୋରଞ୍ଜନ କାମ ପ୍ରତି ରୁଚି ବଳିବ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। କୌଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ବନ୍ଧୁଙ୍କ ଦ୍ୱାରା କାମଟି କରାଇ
ନେବେ।

ମୀନ

ଆଜି ପ୍ରଥମ ପର‌୍ୟ୍ୟାୟରେ ସମସ୍ୟା ସୃଷ୍ଟି କଲେହେଁ କାର‌୍ୟ୍ୟରେ ସଫଳତା ମିଳିବ ନିର୍ଦ୍ଦିଷ୍ଟ ସମୟରେ ଚାହୁଁଥିବା ଜିନିଷ ପାଇ ନ ପାରନ୍ତି କିନ୍ତୁ ପ୍ରାପ୍ତି ନିଶ୍ଚିତ ଅଟେ। ବ୍ୟବସାୟରେ ଲାଭ ମିଳିବ । ସ୍ତ୍ରୀଙ୍କ ଉତ୍ସାହ ପେରଣା ଯୋଗୁ କାର‌୍ୟ୍ୟକରି ସଫଳତା ମିଳିବ

 

Leave A Reply

Your email address will not be published.