ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧୨ ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଛି ।ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।ସ୍ୱାଭିମାନ ଅଞ୍ଚଳରେ ବା ଚିତ୍ରକୋଣ୍ଡାରେ ୫୨ ପ୍ରତିଶତ ମତଦାନ ହୋଇଛି ।ଶାନ୍ତି ଶୃଙ୍ଖଳାର ସହ ମତଦାନ ସରିଛି ।
କଟକର ନିଆଳି ବ୍ଲକରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖା ଦେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି ।ତୃତୀୟ ପର୍ଯ୍ୟାୟରେ ୩୦ଟି ଓ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ବାଧାପ୍ରାପ୍ତ ହୋଇଥିବା ୬ ଟି ସ୍ଥାନରେ ପୁଲିଂ ହେବ । ତୃତୀୟ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ଆସନ୍ତା କାଲି ହେବ ପୁନଃ ମତଦାନ ପକ୍ରିୟା ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।
Comments are closed.