ନବରଙ୍ଗପୁର : ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ସମୟରେ ୟୁକ୍ରେନରେ ନବରଙ୍ଗପୁର ଜିଲ୍ଲାର ଜଣେ ଛାତ୍ର ମଧ୍ୟ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ୟୁକ୍ରେନକୁ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିଲେ ।ଏ ବର୍ଷ ତାଙ୍କର ଫିଫଥ୍ ସେମିଷ୍ଟାର । ତାଙ୍କ କଲେଜ ମଧ୍ୟ ଛୁଟି ହୋଇଯାଇଥିଲା ସେ ଘରକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ।ଏହି ସମୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।ଏହା ଭିତରେ ସେ ଫସି ଯାଇଛନ୍ତି ।
ହେଲେ ସ୍ଥିତି ଦିନକୁ ଦିନ ଭୟଙ୍କର ଆଡକୁ ଗତି କରୁଛି । ସେପଟେ ପରିବାର ଲୋକ ଆକୁଳ ଭଗବାନଙ୍କୁ ପାର୍ଥନା କରିବା ସହ ପୁଅ କେମିତି ଫେରିଆସୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଏବେ ପୁଅ ନରସଂହ ଦୂତବାସ କାର୍ଯ୍ୟାଳୟରେ ରହିଥିବା ପରିବାର ଲୋକେ କହିଛନ୍ତି। ସେପଟେ ୟୁକ୍ରେନରେ ଅନେକ ଭାରତୀୟ ଛାତ୍ର ଫସି ରହିଥିବା ବେଳେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ନରସିଂହ ସହ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଭାରତ ସରକାର ଶୀଘ୍ର ଫେରାଇ ଆଣନ୍ତୁ ବୋଲି ପରିବାର ଲୋକ ଦିନ ଗଣୁଛନ୍ତି ।
Comments are closed.