Latest Odisha News

BREAKING NEWS

କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ, ୨୫ ନମ୍ବର ୱାର୍ଡରେ ସର୍ବାଧିକ, ୨୪ରେ ସର୍ବନିମ୍ନ ଭୋଟର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା । ସିଏମ୍ସି ୫୯ଟି ୱାର୍ଡର ଭୋଟର ତାଲିକାରେ ମୋଟ ୪ ଲକ୍ଷ ୫୦ ହଜାର ୭୫୯ ଜଣ ଭୋଟରଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୩୧ ହଜାର ୩୦ ଜଣ ପୁରୁଷ ଭୋଟର, ୨ଲକ୍ଷ ୧୯ ହଜାର ୫୯୮ ଜଣ ମହିଳା ଥିବା ବେଳେ ୧୩୧ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୦୧୩ରୁ ୨୦୨୨ ମଧ୍ୟରେ ୫୫ ହଜାର ୯୪୫ ଜଣ ଭୋଟର ବଢ଼ିଛନ୍ତି। ଉକ୍ତ େଭାଟରଙ୍କୁ ୱାର୍ଡ ଅନୁସାରେ ୪୫୨ଟି ବୁଥ୍ରେ ବଣ୍ଟାଯିବାର ବ୍ୟବସ୍ଥା କରାଯାିଛି । ଆସନ୍ତା ୨୮ ତାରିଖ ମଧ୍ୟରେ ବୁଥ୍ ୱାରି ଭୋଟରଙ୍କ ସଂଖ୍ୟା ସରକାରଙ୍କୁ ପଠାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ସିଏମ୍ସିର ୫୯ଟି ୱାର୍ଡରୁ ୨୫ ନମ୍ବର ୱାର୍ଡରେ ସର୍ବାଧିକ ୧୦ହଜାର ୧୦୬ଜଣ ଭୋଟର ଥିବା ବେଳେ ୱାର୍ଡ ନମ୍ବର ୨୪ରେ ସର୍ବନିମ୍ନ ୪ ହଜାର ୫୦୫ ଜଣ ଭୋଟର ଅଛନ୍ତି। ନିଗମର ତିନିଟି ୱାର୍ଡ ଯଥା ୱାର୍ଡ ନମ୍ବର ୨୫, ୧୫ ଓ ୫୧ରେ ଭୋଟରଙ୍କ ସଂଖ୍ୟା ୧୦ ହଜାର ଉପରେ ରହିଛି। ୱାର୍ଡ ନମ୍ବର ୫୧ରେ ସର୍ବାଧିକ ୫ ହଜାର ୧୮୬ ଜଣ ପୁରୁଷ ଭୋଟର ଥିବା ବେଳେ ୱାର୍ଡ ନମ୍ବର ୧୯ରେ ସର୍ବାଧିକ ୪ହଜାର ୯୨୬ ଜଣ ମହିଳା ଭୋଟର ଅଛନ୍ତି। ସେହିପରି ୱାର୍ଡ ନମ୍ବର ୩୮ରେ ସର୍ବାଧିକ ୭୬ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

ସିଏମ୍ସିର ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଥିବା ବେଳେ ଆସନ୍ତା ୨୬ ତାରିଖରେ ବୁଥ୍ ୱାରି ଭୋଟର ତାଲିକା ପ୍ରକାଶ କରାଯାଇ ୨୮ ତାରିଖରେ ସରକାରଙ୍କୁ ଏହି ତାଲିକା ପଠାଯିବ ବୋଲି ସିଏମ୍ସିର ନିର୍ବାଚନ ଅଧିକାରୀ ତଥା ଡେପୁଟି କମିସନର ଅମୀୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Comments are closed.