Latest Odisha News

BREAKING NEWS

ସେତୁ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

ଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗୋପିନାଥପୁର ମଧୁସୂଦନ ବିଜୁ ସେତୁ ନିକଟରୁ ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁଟି ମୁହଁ ମାଡ଼ି ପଡ଼ିଛି । ଏହା ପୁତ୍ର ସନ୍ତାନ କି କନ୍ୟା ସନ୍ତାନ ଜଣାପଡ଼ି ନାହିଁ ।

ଶିଶୁର ମୃତଦେହଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ସ୍ଥାନରେ ଶିଶୁର ମୃତଦେହ କେଉଁଠୁ, କିପରି ଓ କିଏ ଆଣି ପକାଇଲା ତାର ଅନୁସନ୍ଧାନ କରୁଛି ପୋଲିସ ।

Comments are closed.