Latest Odisha News

BREAKING NEWS

ରୁଷ-ୟୁକ୍ରେନ ଯୁଦ୍ଧରେ ଗଲା ଜଣେ ଭାରତୀୟ ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧରେ ଆଜି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖାର୍କିଭରେ ରୁଷ ପକ୍ଷରୁ କରାଯାଇଥିବା ବୋମା ମାଡରେ ଏହି ଛାତ୍ର ଜଣଙ୍କ ମୃତ୍ୟୁବରଣ କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜଣେ ୟୁକ୍ରେନ ନାଗରିକ ଛାତ୍ରଙ୍କ ଫୋନ ପାଇବା ପରେ ଏହି ଘଟଣା ସମ୍ମୁଖକୁ ଆସିଥିଲା । ଯୁବକଜଣଙ୍କ ବୟସ ୨୧ ଏବଂ ସେ କର୍ଣ୍ଣାଟକର ବାସିନ୍ଦା ।

ଏଠାରେ ଫସି ରହିଥିବା ଭାରତୀୟଙ୍କ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଜାରୀ ରହିଛି । ଏ ନେଇ ରୁଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଛି । ଛାତ୍ର ଜଣକ ସଉଦା କିଣିବାକୁ ବାହାରକୁ ଯିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା । ତାଙ୍କ ମୃତଦେହକୁ ସୁରକ୍ଷିତ ରଖାଯାଇଛି ।

Comments are closed.