Latest Odisha News

BREAKING NEWS

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ବିଜେଡିର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ୨୦୨୨ ନିର୍ବାଚନ ବିଜୁ ଜନତା ଦଳ ବିଜୟୀ ହୋଇଥିବାରୁ ମୋର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ । ଏହି ଜନମତ ସେବା ଆମ ସଙ୍କଳ୍ପକୁ ଆହୁରି  ଦୃଢ କରିଛି । ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା ବୋଲି ଟ୍ୱିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଫଳାଫଳରେ ଘୋଷିତ ୮୪୫ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୭୬୨ ଜୋନରେ ବିଜୟ ଲାଭ କରିଛି ।ବିଜେପି ୪୨ ଓ କଂଗ୍ରେସ ୩୭, ସ୍ୱାଧିନ ୩ ଓ ଅନ୍ୟାନ୍ୟ ୪ ଟି ଜୋନରେ ବିଜୟୀ ହୋଇଛି । ଏହି ଫଳାଫଳରେ ବିଜେଡିକୁ ବିପୁଳ ସମର୍ଥନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed, but trackbacks and pingbacks are open.