Latest Odisha News

BREAKING NEWS

ନିର୍ବାଚନରେ ପରାଜୟ ହେବାରୁ ବାବାଙ୍କୁ ମାଡ଼ ମାରି ୩ ଗିରଫ

ରେଢାଖୋଲ: ନିର୍ବାଚନ ପରାଜୟରୁ ଅକ୍ରୋଶ । ନିର୍ବାଚନରେ ହାରିଲେ, ବାବାଙ୍କୁ ପିଟିଲେ । ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଚାରମାଳ ଥାନା ଅଞ୍ଚଳରେ । ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ତ୍ରିସ୍ତରୀୟ ନିର୍ବାଚନ ସମୟରେ ସମିତି ସଭ୍ୟ ଭାବେ ବିଜୟୀ ହେବାକୁ ବାବାଙ୍କ ଠାରେ ଅଭିଯୁକ୍ତମାନେ ପୁଜାପାଠ କରିଥିଲେ । ବାବା ପୂଜାପାଠ କରି ସମ୍ପୃକ୍ତ ପ୍ରାର୍ଥୀଙ୍କ ବିଜୟ ହେବ ବୋଲି କହିଥିଲେ । ହେଲେ ଫଳ ବାହାରିବା ପରେ ସଭିତି ସଭ୍ୟ ପ୍ରାର୍ଥୀ ନିରାଶ ହୋଇଥିଲେ । ଗତକାଲି ରାତି ପ୍ରାୟ ୧୧.୩୦ମିନିଟରେ ଅଭିଯୁକ୍ତମାନେ ମନ୍ଦିରକୁ ଯାଇ ବାବାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ । ବାବା ଏନେଇ ଚାରମାଳ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଗିରଫ ଅଭିଯୁକ୍ତମାନେ ହେଲେ ଚାରମାଳ ଗ୍ରାମର ଅଶୋକ ପ୍ରଧାନ, ବାବୁଲି ରାଉତ ଓ ଗିରିଧିଖମଣ ଗ୍ରାମର ସଞ୍ଜୟ ବେହେରା ।

Comments are closed, but trackbacks and pingbacks are open.