Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ଫଳାଫଳ: ୮୫୧ଟି ଜୋନରୁ ୭୬୫ ଆସନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡିର ଐତିହାସିକ ବିଜୟ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୧ଟି ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି । ଏହି ଫଳାଫଳରେ ଆଗରେ ରହିଛି ବିଜେଡି ।ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିରେ ବିରୋଧୀ ବିଜେପି ଓ କଂଗ୍ରେସ ମୁହଁମାଡି ପଡିଛନ୍ତି ।ଏତେଟେ ଭଲ ପ୍ରଦର୍ଶନ କରାନିହାନ୍ତି ବିଜେପି ଓ କଂଗ୍ରେସ ।

ଭାରତୀୟ ଜନତା ପାର୍ଟି ୪୨ ଟି ଜୋନରେ ବିଜୟୀ ହୋଇଛି ।ସେହିପରି କଂଗ୍ରେସ ୩୭ଟି ଆସନରେ ମନ ବୁଝେଇଛି । ସ୍ୱାଧୀନ ପ୍ରାର୍ଥୀ ୩ ଓ ଅନ୍ୟାନ୍ୟ ୪ ଟି ଜୋନରେ ବିଜୟୀ ହୋଇଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୩ଟି ଜୋନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୨୯୭ ଜୋନ ହାତେଇଥିଲା ଏବଂ କଂଗ୍ରେସ ୬୦ଟି ଜୋନରେ ବିଜୟୀ ହୋଇଥିଲା ।

ଏଣୁ ଚଳିତ ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି ।ସେହିପରି କଂଗ୍ରେସର ଅଧା ଆସନ ଛଡାଇ ନେଇଛି ବିଜେଡି । ସେହିଭଳି ୨୦୧୨ ପଞ୍ଚଞ୍ଚାୟତ ନିର୍ବାଚନ ଫଳାଫଳକୁ ଯଦି ଆମେ ଦେଖିବା ବିଜେଡି ୬୫୪ ସିଟ୍ ହାତେଇଥିବା ବେଳେ ବିଜେପି ୩୬ ଓ କଂଗ୍ରେସ ୧୨୮ ଜୋନ ଅକ୍ତିଆର କରିଥିଲା ।ହେଲେ ଚଳିତ ଥର ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ ବିପୁଳ ମାତ୍ରାରେ ଜନ ସମର୍ଥନ ମିଳିଛି ।

 

Comments are closed.