Latest Odisha News

ମାରାତ୍ମକ ଅଭିଯୋଗ ଆଣିଲା ୟୁକ୍ରେନ : ଅମ୍ଳଜାନ ଅଭାବ ପାଇଁ ରୁଷ ବ୍ୟବହାର କରୁଛି ଭ୍ୟାକୁମ ବୋମା

କୀଭ: ୟୁକ୍ରେନକୁ କବଜା କରିବା ପାଇଁ ରୁଷ ସମସ୍ତ ପ୍ରକାର ବୁଦ୍ଧି ପ୍ରୟୋଗ କରୁଛି । ଏହା ମଧ୍ୟରେ ୟୁକ୍ରେନ ତାର ଶତ୍ରୁ ଦେଶ ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛି । ୟୁକ୍ରେନ ଉପରେ ରୁଷ କ୍ଲଷ୍ଟର ବୋମା ଓ ଭ୍ୟାକୁମ ବୋମା ବ୍ୟବହାର କରିଛି । ଏହି ବୋମା ଯେଉଁଠାରେ ପଡିଥାଏ, ସେ ପାଖାପାଖି ଅଂଚଳରୁ ଅମ୍ଳଜାନ ଶୋଷି ନେଇଥାଏ । ଫଳରେ ମଣିଷ ଏବଂ ଜୀବଜନ୍ତୁଙ୍କ ବହଚି ରହିବା କଷ୍ଟକର ହୋଇ ପଡିଥାଏ । ସେମାନେ ଧିରେ ଧିରେ ମୃତ୍ୟୁକୁ ଆଦରି ନେଇଥାନ୍ତି ।

BjdElectrycity

ଏହି ଅଭିଯୋଗ ନେଇ ରୁଷ ପକ୍ଷରୁ କୌଣସି ବୟାନ ଆସି ନାହିଁ । ତେବେ ରୁଷ ସେନା ଭାକ୍ୟୁମ ମଲ୍ଟିପଲ ରକେଟ ଲଂଚର ବ୍ୟବହାର କରୁଥିବା କେତେକ ନ୍ୟୁଜ ଏଜେନ୍ସି ଖବର ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.