Latest Odisha News

BREAKING NEWS

ୟୁକ୍ରେନରୁ ୨୪ ଘଣ୍ଟାରେ ଉଦ୍ଧାର ହୋଇଛନ୍ତି ୧୩୭୭ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ୍ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଘମାଘୋଟ ଲଢ଼େଇ ଚାଲିଛି । ଖାରକିଭରେ ତୁହାକୁ ତୁହା ହମଲା କରୁଛନ୍ତି ରୁଷ୍ ସେନା । ଏଭଳି ସ୍ଥିତିରେ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଗତ ୨୪ ଘଣ୍ଟାରେ ୟୁକ୍ରେନରୁ ୧୩ଶହ ୭୭ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ୬ଟି ବିମାନ ଭାରତ ଆସିଛି । ପୋଲାଣ୍ଡରୁ ପ୍ରଥମ ବିମାନ ଆସିଛି ଭାରତ । ଏସବୁ ବିମାନରେ ସ୍ୱଦେଶ ଆସିଛନ୍ତି ୧୩ଶହ ୭୭ ଭାରତୀୟ ।

ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଅଣାଯାଉଛି । ଆସନ୍ତା ୩ ଦିନରେ ଆଉ ୨୬ଟି ବିମାନ ଚଳାଚଳ କରିବ । ୟୁକ୍ରେନ୍ ଏୟାରସ୍ପେସ୍ ବନ୍ଦ ଥିବାରୁ ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ ସୀମା ଦେଇ ଭାରତୀୟଙ୍କୁ ଫେରାଇ ଅଣାଯାଉଛି ।

Comments are closed.