Latest Odisha News

BREAKING NEWS

ରାଜ୍ୟରେ ଦେଢ଼ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ଦେଢ଼ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୩ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୭ । ୧୮ ବର୍ଷ ଭିତରେ ଆଉ ୨୮ ପଜିଟିଭ୍ ବାହାରିଛନ୍ତି । ଆଜି ୨୪ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୧୩, ବାଲେଶ୍ୱରରୁ ୧୧, ସମ୍ୱଲପୁରରୁ ୧୧ ଓ ଝାରସୁଗୁଡ଼ାରୁ ଆଉ ୧୦ ଜଣ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ଢେଙ୍କାନାଳ, ଦେବଗଡ଼, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ନୂଆପଡ଼ା ଜିଲ୍ଲାରୁ କେହି ସଂକ୍ରମିତ ବାହାରି ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୫ହଜାର ୩୪୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୭୪ହଜାର ୪୮ ଆକ୍ରାନ୍ତ । ଏବେ ରାଜ୍ୟରେ ୨୧୬୩ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed.