Latest Odisha News

କବିତା : ଚତୁର୍ଥୀ ଜହ୍ନ

ମିନତୀ ଦାସ

ଆଜି ଅମବ୍ୟାସା
ଭଲ ଲାଗୁନି ଆକାଶ
କୋଉଠି ନାହିଁ
ସେ ଜହ୍ନର ଟିକିଏ ଶୁଭ୍ର ଆଲୋକ,

ଆଜି ଦ୍ୱତୀୟା
ସୁନ୍ଦର ଦିଶୁଛି ଫୁଲେଇ ଜହ୍ନ
ନୀଳ ଆକାଶର ଢେଉ ଚିରି ଲମ୍ବିଆସିଲା ମୋ ପାଖକୁ
ହାତଟିଏ ମୋ ଛୁଇଁଲା ଖୁବ୍ ସନ୍ତର୍ପଣେ କହିଲା
ପାଇବାକୁ ଟିକେ ଭଲ
ହସି ଦେଲି
ଆଖି ଇସାରାରେ ମନା କଲି
ବୁଝିଗଲା ହଁ
ଲୁଚିଥିଲା ନା’ ଟିରେ ମୋର ।

ଆଜି *ତୂତୀୟା *ଖୋଜିବା ପୂର୍ବରୁ ଆସିଗଲା ହାତଟିଏ ଆକାଶରୁ, ଜହ୍ନରୁ,
ଆଜି କିନ୍ତୁ ମାଗି ବସିଲା
କହିଲା ଚାଲ ଏକ ହୋଇଯିବା
ଆଉ ମୋ ଦୁନିଆଁକୁ ଯିବା, ନା,ଠିକନୁହଁ କହି ମନାକଲି,
କଥା ହେବନି, ସମ୍ପର୍କ ରଖିବିନି, କହି ଚାଲିଗଲା ଆଉ
ଏ ଇଚ୍ଛା *ତୂତୀୟା *ଜହ୍ନ
ବୋଧେ ପୁରଣ କରିଦେଲା ।।

ଆଜି *ଚତୁର୍ଥି * ଜହ୍ନର
ହାତ ଆଉ ଆସିଲାନି,
ଛାତକୁ ଯାଇ ଅନେକ ଖୋଜିଲି ,ଫେରିଲି
ଭଗ୍ନ ମନଟିଏ ନେଇ ତଳକୁ,
ଆଉ କଳଙ୍କିତହେଲି,
ଜହ୍ନ ପାଇଁ……..
ଦେଖନ୍ତିନି କେହି ଚତୁର୍ଥ ଜହ୍ନକୁ
ମୁଁ ‘ବାଉଳି’ ଦେଖିଦେଲି ।।

କାଂଶବାହଲ
ସୁନ୍ଦରଗଡ଼

Comments are closed.