Latest Odisha News

ସାହସ ଦେଖାଇଲା ୟୁକ୍ରେନର କୁନି ପିଲା, ଜୀବନ ବଞ୍ଚାଇବା ପାଇଁ ହଜାରେ କିଲୋମିଟର ଯାତ୍ରା

ଭୁବନେଶ୍ୱର: ଋଷର ଆକ୍ରମଣ ପରେ ୟୁକ୍ରେନର ପରିସ୍ଥିତି ଅତ୍ୟନ୍ତ ଭୟଭିତ ହୋଇ ପଡ଼ିଛି । ବର୍ତ୍ତମାନ ୟୁକ୍ରେନର ଅଧିକାଂଶ ଲୋକେ ଅନ୍ୟ ଦେଶରେ ଆଶ୍ରୟ ନେବା ପାଇଁ ୟୁକ୍ରେନ ଛାଡ଼ୁଛନ୍ତି । ଏଭଳି ସ୍ଥିତିରେ ୟୁକ୍ରେନର ଜଣେ ୧୧ ବର୍ଷର ପିଲା ଆଶ୍ଚର୍ଯ୍ୟଜନକ ସାହସ ଦେଖାଇଛି । ନିଜ ଜୀବନ ବଞ୍ଚାଇବା ପାଇଁ ଏକାକୀ ଯାତ୍ରା କରିଛି ଏକ ହଜାର କିଲୋମିଟର । ଛୋଟ ପିଲାଟି ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜିଆର ବାସିନ୍ଦା ବୋଲି ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ୧୧ ବର୍ଷର ପୁଅର ମା’ ତାଙ୍କୁ ତାଙ୍କ ସମ୍ପର୍କିୟଙ୍କୁ ଖୋଜିବା ପାଇଁ ସ୍ଲୋଭାକିଆକୁ ଏକ ଟ୍ରେନରେ ପଠାଇଥିଲେ । ଏହି ସମୟରେ ପିଲାଟି ପାଖରେ ଏକ ପ୍ଲାଷ୍ଟିକ ବ୍ୟାଗ, ପାସପୋର୍ଟ ଏବଂ ଏକ କାକଗଜରେ ଲେଖା ଯାଇଥିବା ବାର୍ତ୍ତା ଥିଲା । ଯେତେବେଳେ ବିଲାଟି ସ୍ଲୋଭାକିଆରେ ପହଞ୍ଚିଥିଲା, ସୀମା ଅଧିକାରୀମାନେ ସ୍ଲୋଭାକିଆର ରାଜଧାନୀରେ ବ୍ରାଟିସଲାଭାରେ ତାଙ୍କ ସମ୍ପର୍କୀଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ ।

ଏହାପରେ ସେଠାକାର ସ୍ୱେଚ୍ଛାସେବୀମାନେ ପିଲାଟିର ଯତ୍ନ ନେଇଥିଲେ । ପିଲାଟିକୁ ଏକ ଉଷ୍ମ ସ୍ଥାନକୁ ନେଇ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ । ଏନେଇ ପିଲା ମା’ ସ୍ଲୋଭାକିଆର ସରକାର ଏବଂ ପୋଲିସକୁ ଧନ୍ୟବାଦ ଦେଇଥିଲେ ।

ସ୍ଲୋଭାକିଆର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଫେସବୁକ ପୋଷ୍ଟ କରି ବାଳକଟିର ସାହତ ଓ ନିଷ୍ଠାକୁ ପ୍ରଶଂସା କରାଯାଇଛି ।

Comments are closed.