Latest Odisha News

BREAKING NEWS

ବିଧାୟକ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣା: ବାଣପୁରରେ ୧୪୪ ଧାରା ଲାଗୁ

ବାଣପୁର : ବାଣପୁର ବ୍ଲକରେ ଲୋକଙ୍କ ଉପରେ ବିଧାୟକଙ୍କ ଗାଡି ଚଢାଇବା ଘଟଣା । ଅପ୍ରିତୀକର ପରିସ୍ଥିତି ନଉପୁଜିବା ପାଇଁ ବାଣପୁର ବ୍ଲକରେ ୧୪୪ ଧାରା ଲାଗୁ କରାଯାଇଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ।ଫଳରେ ସେହି ସ୍ଥାନରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲ।। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ବାଣପୁରରେ ପହଁଞ୍ଚି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ ।

ସେହି ସ୍ଥାନରେ ୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ବିଧାୟକ ଏବେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ସେ ସୁସ୍ଥ ହେବା ପରେ ଗିରଫ ହେବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି । ଘଟଣା ଘଟିବା ସମୟରେ ବାଣପୁର ଆଇଆଇସି ଘଟଣା ସ୍ଥଳରେ ଥିଲେ ହେଲେ ମନା କରିବା ସତ୍ୱେ ମଧ୍ୟ ବିଧାୟକ ପୋଲିସ ଉପରେ ଗାଡି ଚଢାଇଦେଇଥିଲେ ବୋଲି ଆଇଆଇସି କହିଛନ୍ତି । । ଭିଡିଓ ଆଧାରରେ ତଦନ୍ତ ଚାଲିଛି ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି କହିଛନ୍ତି।

Comments are closed.