ପୁରୀ: ହୋଲି ଭାରତର ଏକ ଲୋକପ୍ରିୟ ପର୍ବ । ବିଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ଶୈଳୀରେ ପାଳନ କରାଯାଇଥାଏ । ଆଦିବାସୀମାନେ ମଧ୍ୟ ହୋଲିକୁ ସେମାନଙ୍କ ସ୍ୱତନ୍ତ୍ର ଶୈଳୀରେ ମନେଇଥାନ୍ତି । ଆସନ୍ତୁ ଜାଣିବା ଏ ଭଳି କିଛି ପରମ୍ପରା ସମ୍ପର୍କରେ..
ରଙ୍ଗ ବଦଳରେ ଅଙ୍ଗାର: ବିଶ୍ୱାସ ନ ହେଲେ ବି ସତ । ମଧ୍ୟପ୍ରଦେଶର ମାଲୱା ଏବଂ କର୍ଣ୍ଣାଟକର ଧାରୱାଡରେ ଅଂଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ହୋଲିକୁ ନିଆରା ଢ଼ଙ୍ଗରେ ପାଳନ କରିଥାନ୍ତି । ରଙ୍ଗ ବଦଳରେ ସେମାନେ ପରସ୍ପର ଉପରକୁ ଅଙ୍ଗାର ଫିଙ୍ଗି ଏହାକୁ ପାଳନ କରିଥାନ୍ତି । ଏହା ଦ୍ୱାରା ହୋଲିକା ରାକ୍ଷସୀ ମରିଯାଇଥାଏ ବୋଲି ବିଶ୍ୱାସ ରହିଛି ।
ପଥର ଫିଙ୍ଗି ଖେଳାଯାଇଥାଏ ହୋଲି: ରାଜସ୍ଥାନର ବାଂସୱାଡା ଓ ଡୁଙ୍ଗୁରପୁର ଆଦିବାସୀ ଅଂଚଳରେ ଲୋକେ ଏଠାରେ ପ୍ରଥମେ ରଙ୍ଗରେ ହୋଲି ଖେଳନ୍ତି । ହୋଲିକା ଦହନ ପରେ ଏହାର ନିଆଁରେ ଚାଲିଥାନ୍ତି । ଏହା ପରେ ଦୁଇ ଗୋଷ୍ଠୀ ହୋଇ ପରସ୍ପର ଉପରକୁ ପଥର ପିଙ୍ଗି ହୋଲି ପାଳନ କରିଥାନ୍ତି । ରକ୍ତ ବାହାରିଲେ ଶୁଭ ବୋଲି ସେମାନଙ୍କ ବିଶ୍ୱାସ ରହିଛି ।
ଘରୁ ପଳାଇ ଯାଇ ବାହା ହୁଅନ୍ତି ପ୍ରେମୀ ଯୁଗଳ: ମଧ୍ୟପ୍ରଦେଶର ଭୀଲ ଆଦିବାସୀ ଅଂଚଳରେ ହୋଲି ଦିନ ପ୍ରେମୀ ଯୁଗଳ ଘରୁ ପଳାଇ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । ଏଠାରେ ଏକ ହାଟ ବସେ, ସେଠାରେ ଜୀବନସାଥୀଙ୍କ ତଲାସ ମଧ୍ୟ ପୁଅ ଓ ଝିଅମାନେ କରିଥାନ୍ତି । ମନପସନ୍ଦ ସାଥୀ ପାଇଲେ ନାଚଗୀତ ଓ ମଉଜ କରି ବିବାହ କରନ୍ତି ।
ଶୋକ ପାଳନ କରାଯାଏ; ହରିୟାଣାର କୈଥଲ ଜିଲାରେ ଦୁସରପୁର ଗ୍ରାମରେ ହୋଲି ଦିନ ଶୋକ ପାଳନ କରାଯାଏ । ସେମାନେ ହୋଲି ପାଳନ କରନ୍ତି ନାହିଁ । ଲୋକକଥା ଅନୁସାରେ ବହୁତ ଦିନ ପୂର୍ବେ ଶ୍ରୀରାମ ସ୍ନେହୀ ଦାସ ନାମକ ଜଣେ ବାବାଙ୍କୁ ହୋଲି ଦିନ କିଛି ଲୋକ ଅପମାନିତ କରିଥିଲେ । ସେ ହୋଲିକା ଦହନ କୁଣ୍ଡକୁ ହେଇଁ ଜୀବନ ହାରିଥିଲେ । ଜଳୁଥିବା ସମୟରେ ସେ ଅଭିଶାପ ଦେଇଥିଲେ ହୋଲି ପାଳନ କଲେ ବହୁତ ବଡ କ୍ଷତି ହେବ । ସେବେଠାରୁ ଏଠାରେ ଆଉ ହୋଲି ପାଳନ ହେଉନି ।
BREAKING NEWS
- Union Budget 2026:ଏହା ଦରଦାମ୍ ବଢାଇବ ଓ ବେକାରୀ ସମସ୍ୟା ବୃଦ୍ଧି କରିବ…ବଜେଟକୁ ନେଇ କହିଲେ କେଜରିୱାଲ
- Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
Comments are closed.