Latest Odisha News

BREAKING NEWS

[ଭିଡିଓ] ଡ୍ରେନ ଭିତରୁ ନବଜାତ ଉଦ୍ଧାର

କେନ୍ଦୁଝର: କାହିଁକି ଅଲୋଡା ହେଉଛନ୍ତି ଶିଶୁକନ୍ୟା ? ବ୍ୟାପକ ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଶିଶୁକନ୍ୟ ଅଲୋଡା । କେନ୍ଦୁଝର ମେଡିକାଲ ଆହାର କେନ୍ଦ୍ର ଡ୍ରେନରୁ ଆଜି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ଶିଶୁ କନ୍ୟାଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି ମହିଳା ଶିଶୁ ବିଭାଗକୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଆହାର କେନ୍ଦ୍ର ନିକଟ ଡ୍ରେନକୁ ପରିସ୍ରା କରିବାକୁ ଯାଇଥିବା ସମୟରେ ଶିଶୁର କାନ୍ଦ ଶୁଣି ଡାକ୍ତରଖାନା କର୍ମଚାରୀଙ୍କୁ ସୁଚନା ଦେଇଥିଲେ । ପରେ ସମସ୍ତେ ମିଶି ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଶିଶୁକନ୍ୟାଟିକୁ କିଏ ଓ କାହିଁକି ଡ୍ରେନ ଭିତରେ ରଖି ପଳାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

Comments are closed.