Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି: ମଇଦାନରେ ବାପ-ପୁଅ ଟକ୍କର

ଅନୁଗୁଳ  : ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି । ପୁଅ ବିରୁଦ୍ଧରେ ବାପା ହୋଇଛନ୍ତି କାଉନସିଲର  ପ୍ରାର୍ଥୀ । ଏଠି ପୁଅ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ବାପା । ବାପା ବିଜେପି ର କାଉନସିଲର ପାର୍ଥି ହୋଇଥିବା ବେଳେ ପୁଅ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା

ଅନୁଗୁଳ ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି । ତେବେ ପୌର ପାଳିକାର ୫ନଂ ୱାର୍ଡ ଏବେ ବେଶ ଚର୍ଚ୍ଚାରେ । ଏଠାରେ କାଉନସିଲର ପାଇଁ ବାପା-ପୁଅ ଲଢେଇ । ସହର ଜଣାଶୁଣା ବ୍ୟବସାୟୀ ଭିମସେନ ମାଣ୍ଡୋଠିଆ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ରଞ୍ଜିତ ମାଣ୍ଡୋଠିଆ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ନିଜ ଉପରେ ବିଶ୍ୱାସ ରଖିବା ସହ ନିର୍ବଚାନରେ ଉଭୟ ବାପା, ପୁଅ ନିଶ୍ଚିତ ବିଜୟ ଲାଭ କରିବେ  । ରାଜନୀତିରେ ସବୁ ସମ୍ଭବ ।  ଉଭୟ ଉଭୟ ଦଳର ଆଦର୍ଶକୁ ନେଇ ଘର ଘର ବୁଲି ପ୍ରଚାର କରୁଛନ୍ତି ।

ଏଭଳି ସ୍ଥିତିକୁ ନେଇ ସେହି ୱାର୍ଡର ଭୋଟରମାନେ ମଧ୍ୟ ଦ୍ଵନ୍ଦରେ ପଡି ଯାଇଛନ୍ତି।  ଗତ ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଭୀମସେନଙ୍କ ପତ୍ନୀ ସେହି ୱାର୍ଡରେ କାଉନସିଲର ଥିଲେ। ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଭୀମସେନ ନିଜେ କାଉନସିଲର ଭାବେ ବିଜୟୀ ହୋଇଥିଲେ। ଏହାପରେ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ରଞ୍ଜିତ କାଉନସିଲର ଥିଲେ ।

ଦେଖିବାକୁ ଗଲେ ମାଣ୍ଡୋଠିଆ ପରିବାର ଅନୁଗୋଳ ମୁନସିପାଲଟି ରାଜନୀତି ସହ ଖୁବ ଜଡିତ । ଏବେ ପରସ୍ପର ପ୍ରତିଦ୍ବନ୍ଦିତା କରୁଥିବା ବାପ ପୁଅ ଉଭୟଙ୍କ ପତିଆରା ରହିଛି ।

ଅନୁଗୁଳ ପୌରପାଳିକାରେ ୨୩ଟି ୱାର୍ଡ ଥିବା ବେଳେ ଏବେ ସମସ୍ତଙ୍କ ନଜର ୫ ନମ୍ବର ୱାର୍ଡ ଉପରେ । ଆସନ୍ତା ୨୬ ତାରିଖ ସ୍ପଷ୍ଟ ହେବ ଭୋଟର କାହା ସପକ୍ଷରେ ଯାଇଛନ୍ତି ଆଉ ବିଜୟ ମୁକୁଟ କାହାକୁ ପିନ୍ଧାଉଛନ୍ତି ।

Leave A Reply

Your email address will not be published.