ଦିଲ୍ଲୀ : ଦେଶରେ କିଛି ଦିନ ହେଲା କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୨୭୦ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଛି । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।
ସଂକ୍ରମଣ ହ୍ରାସ ପାଇଛି ହେଲେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୦,୭୨୩ ରହିଛି ।
ସେହପରି ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁକୁ ମିଶାଇ ମୃତକଙ୍କ ସଂଖ୍ୟା ୫,୨୧,୦୩୫ରେ ପହଁଞ୍ଚିଛି ।ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫୮୫୯ ଅଟେ ।
Comments are closed.