Latest Odisha News

BREAKING NEWS

୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରାରେ ସିଝିଲା ରାଜ୍ୟର ୭ଟି ସହର

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନ ବୁଧବାର ଦିନ ଉତ୍ତପ୍ତ ରହିଥିବାର ସୂଚନା ମିଳିଛି । ଓଡ଼ିଶାର ସର୍ବାଧିକ ତାପମାତ୍ରା ଯେଉଁ ଦୁଇଟି ସ୍ଥାନରେ ରେକର୍ଡ଼ କରାଯାଇଛି ସେହି ୨ଟି ସହର ହେଲା ଟିଟିଲାଗଡ଼ ଓ ମାଲକାନଗିରି । ଏହି ଦୁଇଟି ସହରର ତାପମାତ୍ରା ଆଜି ୪୨.୫ ଡ଼ିଗ୍ରୀ ସେଲସିୟସ ରହିଥିବାର ରେକର୍ଡ଼ କରାଯାଇଛି ।

ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୧ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ଆଦ୍ରତା ୬୬ ପ୍ରତିଶତ ରହିଥିଲା ।

ପାଣିପାଗ ବିଭାଗ ପକ୍ଷରୁ ସନ୍ଧ୍ୟାବେଳେ ଜାରି କରାଯାଇଥିବା ବୁଲେଟିନ ଅନୁସାରେ ରାଜ୍ୟର ୭ଟି ସହର ୪୦ ଡ଼ିଗ୍ରୀ ଉପରେ ତାପମାତ୍ରା ରହିଥିଲା ।

ଭବାନୀପାଟଣା ଓ ବଲାଙ୍ଗୀରରେ ତାପମାତ୍ରା ଯଥାକ୍ରମେ ୪୧ ଡ଼ିଗ୍ରୀ ଓ ୪୧.୫ ଡ଼ିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ୪୧, ଅନୁଗୁଳ ଓ ତାଳଚେରରେ ୪୦.୧ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେବେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.