ଅନୁବାଦ କବିତା : ସ୍ମୃତି
ସ୍ପେନର କବି ଉଆନ ରମୋନ ହିମେନେଜ ୧୮୮୧ ରେ ଜନ୍ମ ଗ୍ରହଣ କରିଥିଲେ। ରୁବେନ ଡାରିଓଙ୍କ ନେତୃତ୍ୱରେ ସେ ସ୍ପେନର ସାହିତ୍ୟିକ ନବଜାଗରଣର ପୁରୋଧା ଥିଲେ। ତାଙ୍କର ପ୍ରଥମ କବିତାମାନ ଜର୍ମାନୀର ରୋମାଣ୍ଟିକ ଓ ଫ୍ରାନ୍ସର ସାଙ୍କେତିକ ପ୍ରୟୋଗ ଦ୍ୱାରା ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ କାଳରେ କିଛିଟା ଧାର୍ମିକ ଚିନ୍ତାଧାରା ତାଙ୍କ କବିତାରେ ପ୍ରବେଶ କରିଥିଲା। ୧୯୫୬ ମସିହାରେ ସେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ।
ମୂଳ ରଚନା : ଉଆନ ରମୋନ ହିମେନେଜ
ମୋ ଆତ୍ମାର ନିଭୃତରେ
ଏକ କ୍ଷୁଦ୍ର ଝରଣାର ଧାରା
ମତେ ଛୋଟ କରିଦିଏ।
ମୁଁ ପ୍ରାୟ ମୋର ଶକ୍ତି ହରାଇ ବସେ।
ଆକାଶ ବି ମତେ ସାହାଯ୍ୟ କରେନି
ଏପରିକି ତାରାମାନେ ବି ମତେ ପ୍ରତାରିତ କରନ୍ତି।
ମୋ ଉପରେ କେହି ହେଲେ ନାହିଁ
ସବୁ ଖାଲି ତଳେ ମୋର
ଅତଳ ଗଭୀରେ।
ମୁଁ କ’ଣ ଏକାକୀ ଏଠି ?
ହଁ, ମୁଁ ଏକାକୀ !
ମୁଁ ରହିବି ସ୍ମୃତିର ଝରଣାରେ
ଛୋଟ ଏକ ଢେଉଟିଏ ହୋଇ,
ହେ ଝରଣାର ପ୍ରବାହମାନ ଜଳଧାରା
ମୁଁ ତୁମ ସହ ଅଛି !
ଅନୁବାଦ : ମନୋରଞ୍ଜନ ହୋତା
Comments are closed.