Latest Odisha News

ସିକ୍ରେଟ୍ ବିବାହ କଲେ ରଣବୀର କପୁର-ଆଲିଆ ! ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ଵାଇ : ବଲିଉଡରେ ଏବେ ଚର୍ଚ୍ଚାରେ ରଣବୀର ଓ ଆଲିଆଙ୍କ ଯୋଡିା ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ପର୍ସିନାଲ ଲାଇଫରେ ଚର୍ଚ୍ଚାରେ ଆଲିଆ ଓ ରଣବୀର । ଏହି ଦୁଇ ଯୋଡି ଅପକିମଂ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିବେ ବୋଲି ଶୁଣିବାକୁ ମିଳିଛି ।ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏବେ ସୋସିଆଲ ମିଡିଆରେ ଆଲିଆ ଓ ରଣବୀରଙ୍କ ବିବାହ ବେଳର ଫଟୋ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଫ୍ୟାନ ମାନେ କହିଛନ୍ତି ଏମାନେ କୁଆଡେ ସିକ୍ରେଟ ୱେଡିଂ କରିଛନ୍ତି ।ହେଲେ ଏହି ସତ୍ୟତା କଣ ତାହା ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ।
ରଣବୀର ଆଲିଆଙ୍କ ବିବାହ
ସୋସିଆଲ ମିଡିଆ ଇଷ୍ଟାଗ୍ରାମ ପେଜରେ ରଣବୀର ଆଲିଆଙ୍କ ବିବାହର ଫଟୋ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳିଛି ରଣବୀର ଓ ଆଲିଆ ପରସ୍ପରକୁ ବରମାଳା ପିନ୍ଧାଉଛନ୍ତି ଏବଂ ସେୟାର କରାଯାଇଥିବା ଫଟୋରେ ଲେଖାଯାଇଛି ଅପେକ୍ଷାର ଅନ୍ତ ଘଟିଲା । ଆଲିଆ ଭଟ୍ଟ ଓ ରଣବୀର କପୁର ବିବାହ କରିସାରିଛନ୍ତି । ବିବାହର ଅନ୍ୟ ସବୁ ଫଟୋ ଦେଖିବାକୁ ଅପେକ୍ଷାରେ କରନ୍ତୁ । ତାସହ ଲେଖାହୋଇଛି ଆଜିର ତାରିଖ ଦେଖି ନିଅନ୍ତୁ ହାପି ଏପ୍ରିଲ ଫୁଲ୍ ଡେ ।


ସତ କଣ ?
ଏହି କ୍ୟାପସନରୁ ପୁରାପୁରୀ ଜଣାପଡିଗଲା କି ରଣବୀର ଓ ଆଲିଆ ବିବାହ କରିନାହାନ୍ତି । ଏହା ଏକ ପ୍ରାଙ୍କ ଥିଲା । ବା ଫେକ୍ ଫଟୋ ଥିଲା । ରଣବୀର ଓ ଆଲିଆଙ୍କ ଫ୍ୟାନଙ୍କୁ କେହି ଏପ୍ରିଲ ଫୁଲ ବନାଇବା ପାଇଁ ଏପରି କରିଥିଲେ ।ରଣବୀର ଓ ଆଲିଆଙ୍କ ଫଟୋକୁ ଫଟୋସପରେ ଏପରି କରାଯାଇଛି । ସେପଟେ ସୋସିଆଲ ମିଡିଆର କିଛି ୟୁଜର୍ସ କହିଛନ୍ତି କାସ୍ ଏହା ସତ ହୋଇଥାନ୍ତା ଏବେ ରଣବୀର ଓ ଆଲିଙ୍କ ଫ୍ୟାନ ମାନେ ଚାହିଁବସିଛନ୍ତି କେବେ ବିବାହ କରିବେ ରଣବୀର ଓ ଆଲିଆ ।

 

Comments are closed.