Latest Odisha News

ଭାଷା ଭାଗବତ : ଖାଦ୍ୟନାମରୁ ମାତ୍ରାବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୬ 

 

ଖାଦ୍ୟର ନାମ ନିଶ୍ଚେ ଜାଣ
ତହିଁରୁ ମାତ୍ରା ସବୁ ଚିହ୍ନ
ଭାତ ପଖାଳ ଶାଗ ଖଟା
ଡାଲମା ଓ ଆଳୁ ଚକଟା

ମାଛ ମାଂସ ଓ ଭଜା ବରା
ପ୍ରତିଟି ଆ-କାରରେ ଭରା
ଡାଲି ପିଆଜି ପିଠା ବଡ଼ି
ଇ-କାର ହୋଇଅଛି ଯୋଡ଼ି

ରୁଟି ଚକୁଳି ଲଡ଼ୁ ମୁଢ଼ି
ଉ-କାର ହୁଏନାହିଁ ଛାଡ଼ି
ବେସର ଛେନା ଫେଣି ପେଡ଼ା
ଏ-କାର ହୋଇଅଛି ଯୋଡ଼ା

ତୋରାଣି ପକୋଡ଼ି ଓ-କାର
ଝୋଳ ପୋଡ଼ର ଆଦ୍ୟକ୍ଷର
ରସଗୋଲାରେ ବି ଓ-କାର
ଲେଖ ଓ ମାତ୍ରା ଶିକ୍ଷା କର

 

Comments are closed.