Latest Odisha News

ଆତଙ୍କବାଦୀଙ୍କ ଗୁଳିରେ କଶ୍ମୀର ପଣ୍ଡିତ ଆହତ

ଶ୍ରୀନଗର: ଦୀର୍ଘ ଦିନର ଘଟଣାକୁ ନେଇ ପରଦାରେ ଦ କଶ୍ମୀର ଫାଇଲ୍ସ ସିନେମା ରିଲିଜ ହୋଇଛି । ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆତଙ୍କବାଦୀମାନେ କଶ୍ମୀରର ଶୋପିଆନ୍‌ରେ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାଡ କରିଛନ୍ତି। ଏବେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ଦୋକାନରେ କଶ୍ମୀରୀ ପଣ୍ଡିତ ଦୋକାନୀଙ୍କୁ ଗୁଳି ଚଳାଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଶୋପିଆନର ଛୋଟିଗାମ ଗାଁର ବାଲ କୃଷ୍ଣନ ନାମକ ଏହି ବ୍ୟକ୍ତିଙ୍କ ହାତ ଓ ଗୋଡରେ ଆଘାତ ଲାଗିଛି। ତାଙ୍କୁ ଶ୍ରୀନଗରର ସେନା ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି। ସେନା ଅଧିକାରୀ କହିଛନ୍ତି ଯେ କଶ୍ମୀରୀ ପଣ୍ଡିତ ଦୋକାନୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ସେନା ଓ ପୋଲିସ କର୍ମଚାରୀ ଗାଁରେ ପହଞ୍ଚିଥିଲେ।

ଏହା ବ୍ୟତୀତ ଆତଙ୍କବାଦୀମାନେ ସୋମବାର ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଦୁଇଜଣ ବାହାର ଲୋକଙ୍କୁ ଗୁଳି ଚଳାଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ଏହା ଦ୍ୱିତୀୟ ଆକ୍ରମଣ ଥିଲା ।

Comments are closed.