Latest Odisha News

BREAKING NEWS

ସମ୍ମୁଖକୁ ଆସିଲା ଯୁଦ୍ଧର ଆଉ ଏକ କରୁଣ ଚିତ୍ର:ମାଆମାନେ ପିଲାଙ୍କ ପିଠିରେ ଲେଖୁଛନ୍ତି ଠିକଣା

କୀଭ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କେତେକ ଭୟଙ୍କର ତାହାର ଆଉ ଏକ ନଗ୍ନ ଚିତ୍ର ସମ୍ମୁଖକୁ ଆସିଛି । କିପରି ମାଆମାନେ ପିଲାମାନଙ୍କୁ ବଂଚାଇବା ପାଇଁ ସେମାନଙ୍କ ପିଠିରେ ଠିକଣା ଲେଖୁଛନ୍ତି ତାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହା ଭାଇରାଲ ହୋଇଛି । ଯଦି ରୁଷ ସେନା ଆକ୍ରମଣରେ ଅଭିଭାବକଙ୍କ ମୃତ୍ୟୁ ଘଟେ ତାହାହେଲେ ସେମାନଙ୍କ ପରିଚୟ ମିଳିପାରିବ । ଫଟୋରେ ଡାଇପର ପିନ୍ଧିଥିବା ଗୋଟିଏ ଛୋଟ ପିଲା ପିଠିରେ ପରିବାର ସଦସ୍ୟଙ୍କ ନମ୍ବର ଲେଖୁଥିବା ଦେଖିବାକୁ ମିଳୁଛି ।

ଏହା ପୂର୍ବରୁ ଜଣେ ଜପରେଜିଆରେ ଜଣେ ମାଆ ନିଜର ୧୧ ବର୍ଷର ପୁଅ ହସନ ପିସେକୋଙ୍କୁ ବଂଚାଇବା ପାଇଁ ପାସପୋର୍ଟ ସହ ଟ୍ରେନରେ ବସାଇ ଦେଇଥିଲେ । ପିଲାଟିର ହାତରେ ପରିବାର ସଦସ୍ୟଙ୍କ ନମ୍ବର ଲେଖା ହୋଇଥିଲା । ୧୦୦୦ କିଲୋମିଟର ଯାତ୍ରା କରିବା ପରେ ପିଲାଟି ସ୍ଲୋଭାକିଆରେ ପଂହଚିଥିଲା ।

Comments are closed.