Latest Odisha News

BREAKING NEWS

ଓଡ଼ିଶାର ପ୍ରଥମ ଇଂରାଜୀ ସପ୍ତାହାନ୍ତ ଖବରକାଗଜ ‘ମାଇଁ ସିଟି’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

 

ଭୁବନେଶ୍ୱର : ଇଂରାଜୀ ସପ୍ତାହାନ୍ତ ଖବରକାଗଜ ‘ମାଇଁ ସିଟି’ ର ପ୍ରଥମ ସଂସ୍କରଣକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟଠାରେ ଗୁରୁବାର ଦିନ ଉନ୍ମୋଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିସହିତ ‘ମାଇଁ ସିଟି ଆୱାର୍ଡସ’କୁ ମଧ୍ୟ ଉଦଘାଟନ କରିଛନ୍ତି ।

ହୋଟେଲ ମେ’ଫେୟାରରେ ଅନୁଷ୍ଠିତ ହୋଇଥିବା ଏକ ବର୍ଣ୍ଣାଢ୍ୟ ପୁରସ୍କାର ଉତ୍ସବରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଖ୍ୟାତ ନୃତ୍ୟାଙ୍ଗନା ଅରୁଣା ମହାନ୍ତି, କ୍ରୀଡ଼ା ସଚିବ ବିଶାଲ ଦେବ, ଓଏଫଡ଼ିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ବିଶିଷ୍ଟ ମଞ୍ଚ କଳାକାର ଅନନ୍ତ ମହାପାତ୍ର ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଭୁବନେଶ୍ୱରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ‘ସିଟି ଆୱାର୍ଡ଼’ ପ୍ରଦାନ କରାଯାଇଥିଲା । ମେରାଇନ ଏକ୍ସପୋର୍ଟ ପାଇଁ ବିଶିଷ୍ଟ ବ୍ୟବସାୟୀ ତାରା ପଟ୍ଟନାୟକ, ଅଳଙ୍କାର ଶିଳ୍ପ ଲାଗି ସଞ୍ଜୟ ହଂସ, ଅଟୋମୋବାଇଲ ପାଇଁ ଦେବଜ୍ୟୋତି ପଟ୍ଟନାୟକ, ଶିକ୍ଷା ଉଦ୍ୟୋଗ ଲାଗି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଡ଼ଃ ବିଜୟ କୁମାର ସାହୁ, ନୃତ୍ୟ ଲାଗି ମାସାକା ଓନୋଙ୍କୁ ଆଇକନ କାଟେଗୋରୀରେ ପୁରସ୍କୃତ କରାଯାଇଛି ।

ସେହିପରି ନର୍ସିଂ ଲାଗି ବିନୋଦିନୀ ପଟ୍ଟନାୟକ, ରାଜେନ୍ଦ୍ର ନାୟକ ଭିନ୍ନକ୍ଷମ ବ୍ୟବସାୟୀ ପୁରସ୍କାର, ସମାଜସେବା ଲାଗି ପ୍ରଦୀପ ପୃଷ୍ଟି, ଭାରତର ପ୍ରଥମ ବିପରୀତ ଲିଙ୍ଗୀ ଓଲା ଚାଳକ, ତାରା ଦାସ ଆରିସା ପିଠା ଉଦ୍ୟୋଗୀ ଏବଂ ବକୁଳ ଫାଉଣ୍ଡେସନକୁ ସ୍ୱେଚ୍ଛାସେବୀ ସଂସ୍ଥା ଭାବେ ପୁରସ୍କୃତ କରାଯାଇଥିଲା ।

ହୋଟେଲ ମେ’ଫେୟାରରେ ଅନୁଷ୍ଠିତ ହୋଇଥିବା ଏହି ବର୍ଣ୍ଣାଢ୍ୟ ଉତ୍ସବରେ ‘ମାଇଁ ସିଟି ଲିଙ୍କ୍ସ’ ଏବଂ ‘ସମ୍ପର୍କ’ର ଗ୍ରୁପ ଏଡ଼ିଟର୍ ସନ୍ଦୀପ ମିଶ୍ର, ଏଡ଼ିଟର ସତ୍ୟବ୍ରତ (ସାନୁ) ରଥ, ପବ୍ଲିଶର ସମୀର ହଂସ, କନସଲ୍ଟିଂ ଏଡ଼ିଟର ବିନୟ ଝା ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଉତ୍ସବଟିରେ ସିନିୟର ଆସୋସିଏଟ ଏଡ଼ିଟର ତଥା ଜଣାଶୁଣା ଆଙ୍କର୍ ଦୀକ୍ଷା ତିୱାରୀ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.