Latest Odisha News

BREAKING NEWS

ଅପରାଜିତା ଷଡ଼ଙ୍ଗୀ (ଆଇଏଏସ) ଓଡ଼ିଶା ଫେରୁଛନ୍ତି !

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ଫେରିବେ । କେନ୍ଦ୍ରୀୟ ଡ଼େପୁଟେସନରେ ଏବେ କାର୍ଯ୍ୟରତ ଅଛନ୍ତି ବରିଷ୍ଠ ଆଇଏଏସ ଅପରାଜିତା ଷଡ଼ଙ୍ଗୀ ।

 

ଆସନ୍ତା ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା କାର୍ଯ୍ୟରେ ଯୋଗଦାନ ଦେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର ବୁଦ୍ଧିଜୀବି ମହଲରେ ଏହି ଖବର ବେଶ୍ ଚର୍ଚ୍ଚା ହୋଇପଡ଼ିଛି ।

ସୂଚନାଯୋଗ୍ୟ ଏହି ଯେ, ୨୦୧୩ ମସିହାରୁ କେନ୍ଦ୍ରରେ ଡ଼େପୁଟେସନରେ କାର୍ଯ୍ୟରତ ଅଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ପ୍ରଶଂସନୀୟ କାର୍ଯ୍ୟଦକ୍ଷତା ବୁଦ୍ଧିଜୀବି ମହଲରେ ବେଶ୍ ପ୍ରଶଂସିତ ହୋଇଥିଲା ।

Leave A Reply

Your email address will not be published.