Latest Odisha News

BREAKING NEWS

ସୋମବାର ମୋଦି-ବାଇଡେନ ଭିଡିଓ କନଫରେନ୍ସ ଜରିଆରେ କରିବେ ଆଲୋଚନା

କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଅର୍ଥନୀତିର ଦୃଢ଼ୀକରଣ ବିଷୟରେ ଆଲୋଚନା ହେବ

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦ୍ୱିପାକ୍ଷିକ ସହଯୋଗ ଏବଂ ଦକ୍ଷିଣ ଏସିଆ ଇଣ୍ଡୋ-ପାସିଫିକ ବିଷୟକୁ ନେଇ ଆଲୋଚନା କରିବେ ।

ଅର୍ନ୍ତଜାତୀୟ ସ୍ତରରେ ଦ୍ୱିପାକ୍ଷିକ ସହଭାଗିତା ବିଷୟରେ ଆଲୋଚନା କରିବେ ଦୁଇ ଦେଶର ମୁଖ୍ୟ । ସୋମବାର ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ମୋଦି ଓ ବାଇଡେନ କଥା ହେବେ ।

ସେପଟେ, ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ରବିବାର ୱାଶିଂଟନରେ ପହଞ୍ଚିଛନ୍ତି ରାଜନାଥ ସିଂ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ଉପସ୍ଥିତ ରହିବେ । ଆମେରିକାର ସେକ୍ରେଟାରୀ ଡିଫେନ୍ସ ଲଏଡ ଅଷ୍ଟିନ ଓ ସେକ୍ରେଟାରୀ ଷ୍ଟେଟ ଏଣ୍ଟନୀ ବ୍ଲିଙ୍କେନ ବୈଠକ ପୂର୍ଣ୍ଣ କରିବେ ।

ଉଭୟ ବାଇଡେନ ଏବଂ ମୋଦି କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଅର୍ଥନୀତିର ଦୃଢ଼ୀକରଣ ବିଷୟରେ ଆଲୋଚନା କରିବେ ବୋଲି ହ୍ୱାଇଟ ହାଉସ ପ୍ରେସ ସଚିବ ଜେନ୍ ସାକି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.