Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ଗଛରେ ଇନ୍ଦ୍ରଧନୁର ସାତ ରଙ୍ଗ

ଭୁବନେଶ୍ୱର : ପ୍ରକୃତିର ବିଚିତ୍ର ନିୟମ। ଆଖି ସାମନାରେ ଦେଖିଲେ ବି ତାର ଅସ୍ତିତ୍ୱ ସମ୍ପର୍କରେ ବୁଝି ହୁଏନି । ଏମିତି ଏକ ବିଚିତ୍ର ଗଛ। ଯେଉଁଥିରୁ ବକ୍କଳ ବାହାରିଲା ପରେ ଗଛରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟିି ହୋଇଥାଏ । ଏହା ବି ଏକ ସାଧାରଣ ଗଛ ହେଲେ ଏଥିରେ ଇନ୍ଦ୍ରଧନୁର ସାତ ରଙ୍ଗର ସମାହାର। ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି ।

   

ଏ ହେଉଛି ୟୁକାଲିପ୍ଟସ ଡିଗ୍ଲୁପ୍ଟା, ଯାହାକୁ ଦୁନିଆରେ ‘ଇନ୍ଦ୍ରଧନୁଷ ୟୁକାଲିପ୍ଟସ’ ବା ନୀଳଗିରି ନାମରେ ଜାଣନ୍ତି । ଏହି ଅଦ୍ଭୁତ ଏବଂ ଅବିଶ୍ୱସନୀୟ ଗଛ ମୁଖ୍ୟତଃ ରୂପେ ହୱାଇ, ଫିଲିପାଇନ୍ସ, ଇଣ୍ଡୋନେସିଆ, ପାପୁଆ ନ୍ୟୁ ଗିନି ଏବଂ କାଲିଫର୍ଣ୍ଣିଆ, ଟେକ୍ସାସ ଏବଂ ଫ୍ଲୋରିଡାର ଦକ୍ଷିଣ ଅଞ୍ଚଳରେ ଦେଖାଯାଏ ।

ଏହା ଗଛଗୁଡ଼ିକର ଏ ବକଳ ଗୁଡିକର ବିଭିନ୍ନ ରଙ୍ଗର ସମାହାର ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ବିଭିନ୍ନ ରଙ୍ଗରେ ଖୁନ୍ଦି ହୋଇ ବେଶ ଆକର୍ଷଣୀୟ ହୋଇଥାଏା ଏଥିରେ କୌଣସି କୃତ୍ରିିମ ରଙ୍ଗ ନଥାଏ। କେବଳ ପ୍ରାକୃତିକ ରଙ୍ଗରେ ବେଶ ଆଖି ଝଲସା ହୋଇଥାଏ ଏହି ଗଛ।
ଯେତେବେଳେ ଏହି ଗଛଗୁଡ଼ିକର ବକଳ ବର୍ଷସାରା ବାହାରିବାରେ ଲାଗିଥାଏ, ସେବେ ଗଛରେ ‘ଇନ୍ଦ୍ରଧନୁ’ର ରଙ୍ଗ ଦେଖିବାକୁ ମିଳିଥାଏ ।

ନୂତନ ଗଛର ପ୍ରତ୍ୟେକ ସ୍ତର ପରିପକ୍ୱ ହେବା ସହିତ ଏହା ନୀଳ, ବାଇଗଣୀ, କମଳା ଏବଂ ଲାଲ ହୋଇଯାଏ । ଏହି ଗଛଗୁଡିକ ଆଦ୍ର ପରିବେଶରେ ଓ ପ୍ରତ୍ୟେକ ଋତୁରେ ୩ ଫୁଟ ବଢ଼ିପାରେ । ଦେଶୀ ପରିବେଶରେ ଗଛଗୁଡିକ ୨୫୦ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ ।

ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥିବା ଏହି ରହସ୍ୟମୟୀ ଗଛ ଦେଖିଲେ ଯେ କେହି ଘଡିଏ ଅଟକି ଯିବ। ହେଲେ ଏହି ଗଛର ରଙ୍ଗ ବଦଳିବା ନେଇ କୌଣସି ସଠିକ୍ କାରଣ କେହି ବି ଦର୍ଶାଇ ପାରିନାହାନ୍ତି . . .

 

Leave A Reply

Your email address will not be published.