Latest Odisha News

BREAKING NEWS

ନୂଆପଡାରେ ସିରିଜ ଦୁର୍ଘଟଣା , ୩ ଟି ଟ୍ରକ ଧକ୍କା , ୨ ଗୁରୁତର

ନୂଆପଡା : ନୂଆପଡାରେ ସିରିଜ ଦୁର୍ଘଟଣା । ନୂଆପଡା ଜାତୀୟ ରାଜପଥ ୩୫୩ ଝାଲକୁସୁମ ଛକରେ ସିରିଜ ଦୁର୍ଘଟଣା ଘଟିିଛିା ମାଲବାହୀ ଟ୍ରକ ବିରରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ଧକ୍କା ହୋଇଥିଲା । ଫଳରେ ପାଖରେ ଥିବା ଆଉ ଏକ ଟ୍ରକ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣାରେ ଗୋଟିଏ ଟ୍ରକ କ୍ୟାବିନ୍ ସମ୍ପୁର୍ଣ୍ଣ ଚୁର ଭାଙ୍ଗି ରୁଜି ଯାଇଛି ।ଜଣେ ଡ୍ରାଇଭର ଗୁରୁତର ହେବା ସହ ଅନ୍ୟଜଣେ ଡ୍ରାଇଭର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ କୋମନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ ଜବତ କରିଛି ।ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଛି ।

ସୂଚନାଅନୁସାରେ ଆଜି ସକାଳୁ ସକାଳୁ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତା କଡରେ ଥିବା ଅନ୍ୟଏକ ଟ୍ରକ ମଧ୍ୟ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାରଣ କଣ ତାହା ଜଣାପଡିନାହିଁ ।

 

Leave A Reply

Your email address will not be published.