କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଅଡ ଇଭେନ ଫର୍ମୁଲା ଲାଗୁ କରିଛି । ଛାତ୍ରଛାତ୍ରୀଙ୍କୁ ଏକତ୍ର ପଢ଼ିବା ନେଇ କଟକଣା ଲାଗୁ କରାଯାଇଛି । ନୂତନ ନିୟମ ଅନୁସାରେ ଦିନେ ଛାତ୍ର ଆସିଲେ ଅନ୍ୟ ଦିନ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଆସିବେ । ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ନିର୍ଦ୍ଦେଶନାମା ଜାରୀ କରାଯାଇଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ତାଲିବାନ ସରକାର ନିକଟରେ ଅର୍ଥର ଅଭାବ ରହୁଥିବାରୁ ଅଧିକ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଖୋଲିବା ସମ୍ଭବପର ହେଉ ନାହିଁ । ସେଥିପାଇଁ ସେମାନେ ଏହି ବିକଳ୍ପ ରାସ୍ତା ଖୋଲିଛନ୍ତି । ପୂର୍ବରୁ ଖେଳରୁ ଆରମ୍ଭ କରି ମନୋରଂଜନ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କ କ୍ଷେତ୍ରରେ ବିଭିନ୍ନ କଟକଣା ଲାଗୁ କରାଯାଇଛି । ତାଲିବାନର ଏହି ତୁଗଲକ ଫର୍ମାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।
Comments are closed.