Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାକୁ ୨୨୭ ରନରେ ଅଟକାଇଲେ ଭାରତୀୟ ବୋଲର୍

ସାଉଥମ୍ପଟନ: ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଆଗରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଅଧିକ ରନ କରିବାକୁ ସକ୍ଷମ ହୋଇପାରିନାହାନ୍ତି । ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଭାରତୀୟ ବୋଲରଙ୍କ ସୁନ୍ଦର ବୋଲିଂ ପ୍ରଦର୍ଶନ ଆଗରେ ଦକ୍ଷିଣ ଆଫ୍ରିକା ୯ ୱିକେଟ ବିନିମୟରେ ମାତ୍ର ୨୨୭ ରନ କରିବାକୁ ସକ୍ଷମ ହୋଇଛି ।

ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ୫୦ ଓଭର ଖେଳି ୯ ୱିକେଟ ବିନିମୟରେ ୨୨୭ ରନ କରିଥିଲା । ମୋରିସ୍ ୪୨, ଡ୍ୟୁ ପ୍ଲେସିସ ୩୮ ଏବଂ ଫେଲୁକ୍ୟୁ ୩୪ ରନ କରିବାକୁ ସକ୍ଷମ ହୋଇଥିଲେ ।

ଭାରତୀୟ ବୋଲର୍ ଚହଲ୍ ୪ ୱିକେଟ, ଭୁବନେଶ୍ୱର କୁମାର ଓ ଜଶପ୍ରିତ ବୁମରା ୨ଟି ଲେଖାଏଁ ଏବଂ କୁଲଦୀପ ଯାଦବ ଗୋଟିଏ ୱିକେଟ ୱିକେଟ ଅକ୍ତିଆର କରିଛନ୍ତି ।

ଭାରତ ୨୨୮ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ବ୍ୟାଟିଂ ଆରମ୍ଭ କରିଛି । ଉଭୟ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଶିଖର ଧାୱନ ବ୍ୟାଟିଂ ଆରମ୍ଭ କରିଛନ୍ତି । ରୋହିତ ୫ ରନ କରି ବ୍ୟାଟିଂ କରୁଥିବା ବେଳେ ଏବଂ ଶିଖର ଧାୱନ ୮ ରନ କରି ଆଉଟ ହୋଇଛନ୍ତି । ଭାରତ ୬.୪ ଓଭରରେ ଗୋଟିଏ ୱିକେଟ ହରାଇ ୧୪ ରନ କରିପାରିଛି ।

Leave A Reply

Your email address will not be published.