Latest Odisha News

BREAKING NEWS

ଦ୍ୱିପ୍ରହର ସୁଦ୍ଧା ଝାରସୁଗୁଡା ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର: ଖରାରେ ସିଝିଲା ଝାରସୁଗୁଡା । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ହେଲା ଝାରସୁଗୁଡା। ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନର ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮ ଡ଼ିଗ୍ରୀ, ଭୁବନେଶ୍ୱର ୩୭.୬ ଡ଼ିଗ୍ରୀ, ଚାନ୍ଦବାଲି, ୩୭ ଡ଼ିଗ୍ରୀ, କେନ୍ଦୁଝର ୩୮.୮ ଡ଼ିଗ୍ରୀ, ହୀରାକୁଦ ୩୮.୨ ଡ଼ିଗ୍ରୀ, ଗୋପାଳପୁର ୩୦.୮ ଡ଼ିଗ୍ରୀ, ପାରାଦ୍ୱୀପ ୩୨.୦ ଡ଼ିଗ୍ରୀ, ପୁରୀ ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟର ୮ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା। ସେହିପରି ୧୬ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିବା ବେଳେ ୨୭ ସହରର ଦିନର ତାତି ୪୦ ଡିଗ୍ରୀରୁ ଅଧିକ ରହିଛି। ୪୪ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ।

Comments are closed.