Latest Odisha News

ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ରାୟଗଡା: କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର  ଉପରେ ବର୍ଷିଛନ୍ତି। ବିଜେଡି ସରକାର କେବେ ବି ମହାନଦୀ ଉପରେ ପ୍ରକଳ୍ପ ପ୍ରସ୍ତାବ ଦେଇନାହିଁ କେନ୍ଦ୍ରକୁ । ଏପରି କରି ସରକାର ରାଜ୍ୟର ସ୍ୱାର୍ଥ ପ୍ରତି ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି।

ରାୟଗଡା ଓ କୋରାପୁଟ ଗସ୍ତ ଅବସରରେ ମିଡିଆକୁ ପ୍ରତିକ୍ରିୟା ଦେଉ ଟୁଡୁ କହିଛନ୍ତି, କେନ୍ଦ୍ର ଜଳ ଆୟୋଗ ବୈଠକରେ ବିଜେଡି ସରକାର କେବେ ବି କୌଣସି ପ୍ରସ୍ତାବ ଦେଇନାହାନ୍ତି। ମହାନଦୀ ଉପରେ ପ୍ରକଳ୍ପ ପ୍ରସ୍ତାବ ଦେବାକୁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଏହି ଅବସରରେ ଅନୁରୋଧ କରିଛନ୍ତି। ମହାନଦୀ ଉପରେ ପ୍ରକଳ୍ପ ପ୍ରସ୍ତାବ ଆଣିବା ପାଇଁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି। ଆସନ୍ତା ଦୁଇ ବର୍ଷ ପାଇଁ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଅନେକ ବିକାଶମୂଳକ କାମ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଆମେ ଡିପିଆର ପ୍ରସ୍ତୁତ କରିସାରିଛୁ। ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ରେ ରହିଛି, କିନ୍ତୁ ଆମେ ତଳମୁଣ୍ଡରେ ପ୍ରକଳ୍ପ କରିପାରିବା। କିନ୍ତୁ ଏଥିପାଇଁ ରାଜ୍ୟ ସରକାର ଆଗ୍ରହ ଦେଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଟୁଡୁଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ମୁନ୍ନା ଖାନ୍ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରଥମେ ନିଜ ଆଡୁ ପଦକ୍ଷେପ ନିଅନ୍ତୁ ଏବଂ ଓଡ଼ିଶାକୁ ପାଣି ସୁନିଶ୍ଚିତ କରାନ୍ତୁ ।

ରାଜ୍ୟବାସୀଙ୍କୁ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର କୋର୍ଟ ଓ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ସେ କେନ୍ଦ୍ରର ସହାୟତା ନେବା ସହ ମହାନଦୀ ଉପରେ ପ୍ରକଳ୍ପ କାମ ବନ୍ଦ କରିବା ପାଇଁ ଛତିଶଗଡ଼ ଉପରେ ଚାପ ପକାନ୍ତୁ ବୋଲି ମୁନା ଖାନ୍ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ପାଣି ନେଉଛି । ତେଣୁ ଓଡ଼ିଶାରେ ମହାନଦୀ, ନାଗାବଳି, ଝଞ୍ଜାବତୀ ଓ ବଂଶଧାରା ନଦୀ ଶୁଖିଲା ପଡୁଛି । ସେ କହିଛନ୍ତି ଛତିଶଗଡ଼ ତାନିଜ ଜାଗାରେ ବ୍ୟାରେଜ ନିର୍ମାଣ କରି ପାଣି ନେଉଛି । ଏଥିରେ ଭୁଲ ରହିଲା କେଉଁଠି ? ତାକୁ କାହିଁକି ଦୋଷ ଦିଆଯାଉଛି ? ରାଜ୍ୟ ସରକାର ତଳ ମୁଣ୍ଡରେ ପାଣି ଅଟକାଇବା ପାଇଁ କଣ କରିଛନ୍ତି ? ରାଜ୍ୟ ସରକାର ଚାହିଁଲେ କେନ୍ଦ୍ରକୁ ପ୍ରସ୍ତାବ ଦେଇପାରିଥାନ୍ତେ ।

ଏହି ଅବସରରେ ସେ ଘୋଷଣା କରିଛନ୍ତି, “ଅମୃତ ମୋହଉତ୍ସବ”ରେ କେନ୍ଦ୍ର ଜଳ ସଂପଦ ବିଭାଗ ପକ୍ଷରୁ ଦେଶର ସମସ୍ତ ଜିଲ୍ଲାରେ ୭୫ ଟି ଲେଖାଏଁ ଜଳାଶୟ ନିର୍ମାଣ କରାଯିବ ।

Comments are closed.