Latest Odisha News

ପୁଣି ଚାଲିଲା ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ୍

ଭୁବନେଶ୍ୱର: କରୋନା ପରେ ବେଶ୍ ଦାବି ହେଉଥିବା ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ୍(୧୮୦୨୧-୨୨) ଟ୍ରେନ୍ ପୁଣି ଚଳାଚଳ ଆରମ୍ଭ କରିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ମେ ୩ ରୁ ଏହି ଟ୍ରେନ ଚଳାଚଳ ଆରମ୍ଭ କରିଛି ଏବଂ ଖଡ଼ଗପୁରରୁ ଭୋର ୪.୪୦ ଓ ଖୋର୍ଦ୍ଧାରୋଡ଼ ରୁ ଅପରାହ୍ନ ୪.୪୫ରେ ଛାଡୁଛି ବୋଲି ରେଳପଥ ପକ୍ଷରୁ ସୂଚନା ମିଳିଛି ।

ଏହି ଟ୍ରେନରେ ଗୋଟିଏ ଏସି ଚେୟାର କାର, ୧୩ ଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ।

ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ ହଲ୍ଟ, ଅମର୍ଦା ରୋଡ, ବସ୍ତା, ମୟୂରଭଞ୍ଜ ରୋଡ୍, ରୁପ୍ସା, ହଳଦୀପଦା, ବାଲେଶ୍ୱର, ନୀଳଗିରି ରୋଡ୍, ଖନ୍ତାପଡ଼ା, ବାହାନାଗା ବଜାର, ସୋରୋ, ମାର୍କୋଣା, ରାଣୀତାଲ, ଭଦ୍ରକ, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼, ବୈତରଣୀ ରୋଡ଼, ଯାଜପୁର କେନ୍ଦୁଝରଗଡ଼, ଧାନମଣ୍ଡଳ, କପିଳାସ ରୋଡ଼, ଘଣ୍ଟିଖାଲ ନିଧିପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ମଂଚେଶ୍ୱର, ଭୁବନେଶ୍ୱର ଓ ଲିଙ୍ଗରାଜ ରୋଡ଼ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ।

Comments are closed.