ହାଇଦ୍ରାବାଦ: କଂଗ୍ରେସ ଏବଂ କନ୍ଦଳ ଏ ଦୁଇଟି ଶବ୍ଦ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଯେଉଁଠି କଂଗ୍ରେସ ରହିଛି ସେଠାରେ କନ୍ଦଳ ରହିଛି । ତେଣୁ ସାରା ଦେଶରେ କଂଗ୍ରେସ ଏବେ ଆଗକୁ ବଢିବା କଷ୍ଟକର ହୋଇପଡୁଛି। ଏପରି ସ୍ଥିତିରେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଳ ଗୋଟାଉଛି କିପରି ଏକତ୍ରିତ ହୋଇ କେନ୍ଦ୍ରର ମୋଦୀ ସରକାରକୁ କଡା ଚ୍ୟାଲେଞ୍ଜ ଦେଇହେବ । ତେଣୁ ଚଳିତ ମାସରେ କଂଗ୍ରେସ ଏକ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛି।
ଆସନ୍ତାବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି । ତେଣୁ ଏବେଠାରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ଏହି ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳୀୟ କର୍ମୀ କହିଛନ୍ତି, ଯଦି ଦଳୀୟ ନେତାଙ୍କର ଅଭିଯୋଗ ରହିଛି ତାହେଲେ ଖୋଲିକରି କହିବା ଦରକାର । ହେଲେ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ତେଣୁ ମିଡିଆରେ ନକହି ଆବଶ୍ୟକ ଫୋରମରେ କହିବା କଥା । କାରଣ ଅସନ୍ତୋଷ ମିଡିଆରେ କହିଲେ ଏହା ଦଳର ଭାବମୂର୍ତ୍ତି ଖରାପ କରୁଛି। ଏପରି କଲେ ଆଗାମୀ ଦିନରେ ଦଳ ବରଦାସ୍ତ କରିବ ନାହିଁ । ରାହୁଲ ଗାନ୍ଧୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୃଙ୍ଖଳା ଭିତରେ ରହିବା ପାଇଁ ଦଳୀୟ ନେତାଙ୍କୁ କହିଛନ୍ତି।
If you have a complaint, be open about it in our internal system, but if someone says anything to the media, they'll be damaging the party & we will not accept it: Congress leader Rahul Gandhi, addressing the Extended Telangana Pradesh Congress Committee Meeting in Hyderabad pic.twitter.com/BYmc9hmUbX
— ANI (@ANI) May 7, 2022
ନିକଟରେ ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଥିଲେ, କଂଗ୍ରେସରେ ପରସ୍ପର ଭିତରେ କନ୍ଦଳ ରହିଛି । କେହି କାହାରିକୁ ଉପରକୁ ଉଠିବାକୁ ସୁଯୋଗ ଦେଉନାହାନ୍ତି । ଯେପର୍ଯ୍ୟନ୍ତ କଂଗ୍ରେସ ନେତା ଶୃଙ୍ଖଳିତ ହୋଇନଥିବେ ସେପର୍ଯ୍ୟନ୍ତ ଦଳ ଆଗକୁ ବଢିପାରିବ ନାହିଁ। ଦଳରେ ପ୍ରଥମେ ଅନୁଶାସନ ଜରୁରୀ ବୋଲି ସେ କହିଥିଲେ।
ଓଡ଼ିଶା ଭଳି ରାଜସ୍ଥାନରେ ପାଇଲଟ ଏବଂ ଗେହଲଟ କ୍ୟାମ୍ପ ପରସ୍ପର ବିରୋଧରେ ବୟାନବାଜି କରିବା ଦଳକୁ କ୍ଷତି ପହଞ୍ଚାଇଛି। ଏହାବାଦ ଛତିଶଗଡରେ ଭୂପେଶ ବାଘେଲ ଓ ଟିଏସ ସିଂଦେଓ ଗୋଟିଏ ଦଳର ନେତା ହେଲେ ମଧ୍ୟ ପରସ୍ପରର ପରିପୂରକ । ଏପରି ସ୍ଥିତିରେ ଉଭୟ ସମାନ୍ତରଳ ଭାବେ କାର୍ଯ୍ୟ କରିବା ବିରୋଧୀ ବିଜେପିକୁ ବେଶ ସୁହାଉଛି।
Comments are closed.