Latest Odisha News

BREAKING NEWS

ସହରରେ ମାତିଛନ୍ତି ବିହାରି ଗ୍ୟାଙ୍ଗ୍, ରାତି ଅଧରେ ପଶି ଲୁଟୁଛନ୍ତି ଘର

ଭୁବନେଶ୍ୱର: ଅସମ୍ଭାଳ ହେଲାଣି ସହରର ଅପରାଧିକ ସ୍ଥିତି। ପ୍ରତି ମୁହୁର୍ତ୍ତରେ ଘଟାଉଛନ୍ତି ନୂଆ ନୂଆ ଅପରାଧ। ସାମ୍ନାକୁ ଆସିଛି ଆତଙ୍କର ଛାତିଥର ଦୃଶ୍ୟ। ରାତି ଅଧରେ‌ ରାଜଧାନୀରେ ଥିବା ଘରେ ପଶୁଛନ୍ତି ଡକାୟତି ଗ୍ୟାଙ୍ଗ। ଦଳ ବଦଳ ହୋଇ ଘରେ ପଶୁଛନ୍ତି। ଝିଅ ବୋହୂଙ୍କୁ ଏକୁଟିଆ ଦେଖି ଭୟଭୀତ କରାଉଛନ୍ତି।

BjdElectrycity

ତାପରେ ହାତ ଗୋଡ ବାନ୍ଧିବାର ଧମକ ଦେଉଛନ୍ତି। ଏପରିକି ଟିକିଏ ଏପଟ ସେପଟ କଲେ ଅସଦଚରଣ କରିବାକୁ ପଛାଉ ନାହାନ୍ତି। ସେମିତି ଏକ ଗ୍ୟାଙ୍ଗର ଚିତ୍ର ଆସିଛି ସାମ୍ନାକୁ । ଧଉଳି ଥାନା ନୂଆଗାଁ ଲେନ ନମ୍ବର ଏକରେ ପଶିଥିଲେ ଲୁଟେରା। ସେହି ଲେନରେ ରହୁଥିବା ଗାୟତ୍ରୀ ପଣ୍ଡାଙ୍କ ଘରେ ପଶି ରାତିରେ ଭୟଭୀତ କରାଇଥିଲେ।

ବିହାରି ହୀନ୍ଦି ଷ୍ଟାଇଲରେ ଦି ଯୋ ହେ ଦେ ଦୋ ଭଳି କହି ଭୟଭୀତ କରାଉଥିଲେ। ନଚେତ ହାତ ଗୋଡ ବାନ୍ଧି ଦେବାର ଧମକ ଦେଇଥିଲେ। ଏଭଳି ଢଙ୍ଗରେ ଗତ ୫ ତାରିଖ ବିଳମ୍ବିତ ରାତିରେ ତାଙ୍କ ଘରୁ ୧୫ଲକ୍ଷ ଟଙ୍କାର ୩ଟି ସୁନା ଚେନ ,୬ଟି କାନଫୁଲ,୫ଟି ମୁଦି ,୨ଟି ହାତ ଶଙ୍ଖା ସମେତ ଆଉ କିଛି ଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଯାହାର ସିସିଟିଭି ଦୃଶ୍ୟ କଏଦ ହୋଇଛି ଯାହାକି କିଭଳି ଭୁବନେଶ୍ୱର ଭଳି ସହର ଭିତରେ ଅଣ ଓଡ଼ିଆ ବିହାରି ଗ୍ୟାଙ୍ଗ ପଶି ଆତଙ୍କ ରଚୁଛନ୍ତି ନା ସ୍ଥାନୀୟ ଲୋକ ଜାଣିପାରୁଛନ୍ତି ନା ପୋଲିସ ଏହାର କାଣିଚାଏ ସୁରାକ ପାଉଛି।

ଯାହାକୁ ନେଇ ପୋଲିସ ପହଞ୍ଚି କିଭଳି ଗ୍ରିଲ ତାଡିଥିଲେ। ଘରେ ପଶି ଲୁଟପାଟ କରିଥିଲେ। ଏନେଇ ଫରେନସିକ ଟିମ୍ ପହଂଚି ତନାଘନା କରିଛି।ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି ହିନ୍ଦୀରେ କଥାବାର୍ତା କରୁଥିବା କିଛି ଦୁର୍ବୁତ ଏପରି କିଛି ଅପରାଧ ଘଟାଇଛନ୍ତି୍। ପୋଲିସ ଏପରି ଅପରାଧୀଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.