Latest Odisha News

BREAKING NEWS

ଅଶାନ୍ତ ସମୁଦ୍ର: ମରଣଯନ୍ତାରୁ ଖସିଆସିଲେ ମତ୍ସ୍ୟଜୀବୀ

ଗୋପାଳପୁର: ସମୁଦ୍ର ଅଶାନ୍ତ ଥିବା ବେଳେ ଦରିଆ ଭିତରକୁ ଯାଉଛନ୍ତି ମତ୍ସ୍ୟଜୀବୀ । ଯାହାର ପରିଣାମ ଆଜି ବ୍ରହ୍ନପୁର ଗୋପାଳପୁର ବନ୍ଦର ନିକଟରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଡଙ୍ଗାଟି ବୁଡି ଯାଇଥିଲା ହେଲେ ମତ୍ସ୍ୟଜୀବୀ ମାନେ ମରଣଯନ୍ତାକୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି।

ମଙ୍ଗଳବାର ଗଞ୍ଜାମ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ସମୁଦ୍ର ଅଶାନ୍ତ ଥିବାରୁ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ସାନ ଆର୍ଯ୍ୟପଲି, ବଡ ଆର୍ଯ୍ୟପଲି ଓ ଗୋଳାବନ୍ଧ ଅଞ୍ଚଳର ମତ୍ସ୍ୟଜୀବୀମାନେ ସେମାନଙ୍କ ୬ଟି ମାଛଧରା ଡଙ୍ଗା ନେଇ ସମୁଦ୍ର କୂଳକୁ ଫେରୁଥିଲେ। ତେବେ ଆର୍ଯ୍ୟପାଲିରେ ସମୁଦ୍ର ଅଶାନ୍ତ ରହିବାରୁ ଡଙ୍ଗା ଗୁଡ଼ିକ ବୁଡ଼ି ଯାଇଥିଲା।

କୌଣସି ମତେ ସମସ୍ତ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସି ନିଜ ଜୀବନ ରକ୍ଷା କରିଥିଲେ। କୂଳକୁ ଆସିବା ପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବା ସହ ଏକ ଘଣ୍ଟାରୁ ଅଧିକ ସମୟ ଧରି ପହଁରିବାରୁ ପଡ଼ିଥିଲା। ମତ୍ସ୍ୟଜୀବୀଙ୍କ ସମସ୍ତ ମାଛଧରା ଡଙ୍ଗା, ମାଛ ଓ ଜାଲ ଏହି ଅଶାନ୍ତ ପାଣିରେ ଭାସି ଯାଇଥିଲା। ସମୁଦ୍ରରେ ସେମାନଙ୍କ ଜାହାଜ ଅଟକି ରହିଥିବା ସ୍ଥାନ କୂଳଠାରୁ ଅଧିକ ଦୂରରେ ନଥିବାରୁ ସେମାନେ କୂଳରେ ପହଞ୍ଚିବାରେ ସଫଳ ହୋଇଥିଲେ।

ବାରମ୍ବାର ସଚେତନ କରିବା ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଉଥିବା ଖବର ଆସୁଛି । ମେ ୧୨ ତାରିଖ ଯାଏ ନିିର୍ଦ୍ଦେଶ ନମାନି ସମୁଦ୍ର ଭିତରକୁ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ସେହିପରି ଆସନ୍ତା ଦୁଇ ଦିନ ଗୋପାଳପୁର ବନ୍ଦର ରହିବା ସହିତ ତାରା ତାରିଣୀ ମନ୍ଦିର ବନ୍ଦ ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା ଅସାନି, ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦କିମି ରହିଛି । ଗତକାଲି ସୋନପୁର ସମୁଦ୍ର ମଝିରେ ଫସି ରହିଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ । ପରେ ତଟରକ୍ଷାବାହିନୀ ହେଲିକପ୍ଟରରେ ଉଦ୍ଧାର କରିଥିଲେ। ବିଶାଖାପଟମରୁ ଫେରୁଥିବା ବେଳେ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରେ ଫଶିଯାଇଥିଲେ।

Comments are closed.