Latest Odisha News

BREAKING NEWS

ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ ଭାରତ ଖେଳୁଥିବା ସମସ୍ତ କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତ ଖେଳୁଥିବା ଉଭୟ ପୁରୁଷ ଏବଂ ମହିଳା କ୍ରିକେଟର ସମସ୍ତ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପୋର୍ଟ୍ସ ବ୍ରଡକାଷ୍ଟିଂ ଶେୟାରିଂ ଆକ୍ଟରେ କିଛିଟା ପରିବର୍ତନ କରାଯାଇଛି । ପ୍ରାଇଭେଟ ସ୍ପୋର୍ଟ୍ସ ବ୍ରଡକାଷ୍ଟର୍ସଙ୍କୁ ପବ୍ଲିକ ବ୍ରଡକାଷ୍ଟର ପ୍ରସାର ଭାରତୀ ସହ ଶେୟାର କରିବ । ଏହା ଦ୍ୱାରା ସମସ୍ତ ମ୍ୟାଚର ଲାଇଭ ଟେଲିକାଷ୍ଟ ଭାରତୀୟ ଦର୍ଶକ ଦେଖିପାରିବେ । ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ସମେତ ପୁରୁଷ, ମହିଳା ଏସିଆ କପ, ୧୯ ବର୍ଷରୁ କମ ବିଶ୍ୱକପ ମଧ୍ୟ ଡିଡି ସ୍ପୋର୍ଟ୍ସରେ ଉପଲବ୍ଧ ହେବ । ଏହା ବ୍ୟତୀତ ଜୁନିୟର ହକି ବିଶ୍ୱକପ (ଭାରତ ଯଦି ଆୟୋଜକ)କୁ ମଧ୍ୟ ସାମିଲ କରାଯାଇଛି ।

ମହିଳା ଏସିଆ କପ ଫୁଟବଲ, ଅଣ୍ଡର ୱାନ ଫିଫା ବିଶ୍ୱକପ, ଫିଫା ବିଶ୍ୱକପ ଓପନିଂ ସେରମୋନୀ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ । ମାନ୍ୟତା ପ୍ରାପ୍ତ ନ୍ୟାଶନାଲ ସ୍ପୋର୍ଟ୍ସ ଫେଡେରେଶନ ଦ୍ୱାରା ଆୟୋଜିତ ସମସ୍ତ ଆନ୍ତର୍ଜାତୀୟ ଇଭେଂଟ ଯାହା ଭାରତରରେ ହେବ ତାକୁ ଡିଡି ସ୍ପୋର୍ଟ୍ସରେ ପ୍ରସାରଣ କରାଯିବା ବାଧ୍ୟତାମୂଳକ କରାଯିବ ।

Comments are closed.