Latest Odisha News

ନାଟୋରେ ସାମିଲ ହେବାକୁ ଯାଉଥିବା ଫିନଲାଣ୍ଡକୁ ବିଜୁଳି ସେବା କାଟିବ ରୁଷ

ମସ୍କୋ: ଫିନଲାଣ୍ଡ ନାଟୋରେ ସାମିଲ୍ ହେବାକୁ ଯାଉଛି । ଫିନଲାଣ୍ଡର ଏପରି ନିଷ୍ପତ୍ତିରେ ରୁଷ କ୍ଷୁବ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ରୁଷ ଫିନଲାଣ୍ଡକୁ ଶନିବାରଠୁ ବିଜୁଳି ଯୋଗାଣ ବନ୍ଦ କରିବ ବୋଲି କହିଛି। ଫିନଲାଣ୍ଡ ନାଟୋରେ ସାମିଲ ହେବା ନେଇ କହିବା ପରେ ପ୍ରତିକ୍ରିୟା ସ୍ୱରୂପ ରୁଷ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି।

ଗତ ସପ୍ତାହରେ ଫିନଲାଣ୍ଡର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନାଟୋର ସଦସ୍ୟତା ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି କହିଛନ୍ତି ଯେ, ସୋଭିଏତ ସଂଘର ମୁକାବିଲା ପାଇଁ ନର୍ଡିକ ଦେଶକୁ ଏବେ ବିଳମ୍ବ ନକରି ଓ୍ୱେଷ୍ଟର୍ଣ୍ଣ କୋୟାଲିସନର ସଦସ୍ୟତା ନେବା ଉଚିତ। ଫିନଲାଣ୍ଡର ଏହି ନିଷ୍ପତ୍ତିରେ ରୁଷ କ୍ଷୁବ୍ଧ ହୋଇ ଫିନଲାଣ୍ଡକୁ ବିଜୁଳି ଯୋଗାଣ କରିବାକୁ ମନା କରିଦେଇଛି ବୋଲି ଅନୁମାନ କରାଯାଉଛି।

ଫିନଲାଣ୍ଡ ନାଟୋରେ ସାମିଲ ହେବା ରୁଷ ପାଇଁ ଶୁଭଙ୍କର ନୁହେଁ। ଫିନଲାଣ୍ଡ ସହ ରୁଷର ପାଖାପାଖି 1,340 କିଲୋମିଟର ସୀମା ରହିଛି। ରୁଷ ଏବେ ଚିନ୍ତା କରୁଛି କି ନାଟୋ ତାର ସୀମା ନିକଟରେ କେଉଁ ଭିତ୍ତିଭୂମିର ବିକାଶ କରୁଛି। ସ୍ୱିଡେନ ଓ ଫିନଲାଣ୍ଡ ନାଟୋରେ ସାମିଲ ହେବେ ନାହିଁ ବୋଲି ରୁଷ ଆଶଙ୍କା କରିଥିଲା। ସ୍ୱିଡେନ ଓ ଫିନଲାଣ୍ଡ ନାଟୋରେ ସାମିଲ ହେଲେ ଏହାର ସୁଦୂରପ୍ରସାରୀ ସାମରିକ ଓ ରାଜନୈତିକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ଚେତାବନୀ ଦେଇଛି।

ଇତିମଧ୍ୟରେ ଋଷ ନାଟୋ ସୀମାରେ ନିଜର ସ୍ଥିତି ସୁଦୃଢ଼ କରିସାରିଛି। ରୁଷର ପଶ୍ଚିମ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରୁଷିଆକୁ ସ୍ୱିଡେନ ସହ ଲାଗିଥିବା ସୀମାରେ ସେନା ମୁତୟନ ହୋଇଛନ୍ତି। ତେବେ କୂଟନୈତିକ ଦୃଷ୍ଟିରୁ ରୁଷ ପ୍ରତି ଶତ୍ରୁତା ରଖୁଥିବା ସ୍ୱିଡେନ ସହ ହୋଇଥିବା ଚୁକ୍ତି ପରେ ନାଟୋ ବାହିନୀ ଏବେ ରୁଷ ସୀମାର ନିକଟତର ହେବ।

Leave A Reply

Your email address will not be published.