Latest Odisha News

BREAKING NEWS

ଜାତୀୟ ମହିଳା ହକି ଫାଇନାଲରେ ଓଡିଶା

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଜାତୀୟ ମହିଳା ସିନିୟର ହକି ଫାଇନାଲରେ ଓଡିଶା ପ୍ରବେଶ କରିଛି । ଫାଇନାଲରେ ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ମୁକାବିଲା ହେବ । ସୋମବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ଝାଡଖଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଥିଲା । ଏହି ଏକତରଫା ମ୍ୟାଚରେ ଓଡିଶା ଖେଳାଳିମାନେ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିଲେ । ସେମାନେ ଗୋଟିଏ ହେଲେ ଗୋଲ କରିବା ସୁଯୋଗ ବିପକ୍ଷ ଦଳକୁ ଦେଇ ନ ଥିଲେ ।

ରୋଜିତା କୁଜର ହ୍ୟାଟ୍ରିକ ଗୋଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ସେମିଫାଇନାଲରେ କର୍ଣ୍ଣାଟକ ୨-୦ ଗୋଲରେ ହରିୟାଣାକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ପୂର୍ବରୁ କ୍ୱାର୍ଟର ଫାଇନାଲରେ ମଧ୍ୟପ୍ରଦେଶକୁ ଓଡିଶା ହରାଇ ସେମିରେ ପ୍ରବେଶ କରିଥିଲା ।

Leave A Reply

Your email address will not be published.