Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମା’କୁ ପିଟି ପିଟି ହତ୍ୟା କଲା ପିଶାଚ ପୁଅ

ଅନୁଗୁଳ: ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା’କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ଏଏନଏମ ବୀଣା ପାଣି ଦାଶ ବୋଲି ଜଣା ପଡିଛି ।

ବାଗଡିଆ ପୋଷ୍ଟ ଅଫିସ ନିକଟସ୍ଥ ଦେହୁରୀସାହିରେ ବୀଣାପାଣି ଦାଶ ତାଙ୍କ ପରିବାରଙ୍କ ସହ ରହି ଆସୁଥିଲେ । ସ୍ବାମୀଙ୍କ ମୃତ୍ୟୁପରେ ସାନପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିବା ବେଳେ ଟଙ୍କା ପାଇଁ ମା ବୀଣାପାଣିଙ୍କୁ ପୁଅ ତୁଷାର କାନ୍ତ ଦେହୁରୀ ଅନେକ ସମୟରେ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାରପିଟ କରି ମା’ଙ୍କ ଠାରୁ ଟଙ୍କା ନେଇଥାନ୍ତି । କିନ୍ତୁ ଗତ କାଲି ମଧ୍ୟ ତୁଷାର ମା’ଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ତାଙ୍କ ମା ବୀଣାପାଣି ଟଙ୍କା ନଦେବାରୁ ଘରେ କବାଟ ଦେଇ ମାକୁ ମାଡ ମାରିଥିଲେ ।

ତେବେ ପଡିଶାଲୋକ ଏସବୁ ଜାଣିଥିଲେ ମଧ୍ୟ ତୁଷାରଙ୍କ ଭୟରେ କେହି ବାରଣ କରିବାକୁ ଯାଇ ନଥିଲେ । ଆଜି ସୋମବାର ସକାଳୁ ଘର ବାହାରେ ତାଲା ପଡ଼ିଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । କବାଟ ଫାଙ୍କରେ ଦେଖିଲା ବେଳକୁ ଅଗଣାରେ ବୀଣାପାଣିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ବୀଣାପାଣିଙ୍କ ମୃତଦେହକୁ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ହତ୍ୟାକାରୀ ପୁଅ ଖସି ପଳାଉଥିବା ବେଳେ ଦେବଗଡ ଛକରୁ କାବୁ କଲା ପୋଲିସ ।

Leave A Reply

Your email address will not be published.