Latest Odisha News

BREAKING NEWS

ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ମହାସଚିବ ତଥା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ । ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରୁ ଫେରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ନିରଞ୍ଜନ କହିଛନ୍ତି, ଓଡ଼ିଶା ଗସ୍ତରେ ଆସି ରାଜ୍ୟରେ ଦଳ କିଭଳି ମଜବୁତ ହେବ ସେ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ । ଯଦିଓ ତାଙ୍କ ଗସ୍ତ ତାରିଖ ଚୂଡ଼ାନ୍ତ ହୋଇନାହିଁ, ତେବେ ଏହା ଖୁବଶୀଘ୍ର ବୋଲି ସେ ଘୋଷଣା କରାଛନ୍ତି।

ଦଳର ତିନିଦିନିଆ ଚିନ୍ତନ ଶିବିରରେ ଯୋଗଦେବା ସମୟରେ ନିରଞ୍ଜନ ପଟ୍ଟନାୟକ ପ୍ରିୟଙ୍କାଙ୍କୁ ଭେଟିଥିଲେ। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏକଦା ଓ଼ଡିଶା କଂଗ୍ରେସର ଗଡ ଥିଲା। ଏବେ କିନ୍ତୁ ୨୦୦୦ ମସିହା ପାଖରୁ କଂଗ୍ରେସ ଦୁର୍ବଳ ହୋଇ ହୋଇ ଚାଲିଛି। ଏପରି ସ୍ଥିତିରି ଦଳକୁ କିପରି ମଜବୁତ କରିହେବ ସେ ନେଇ ନିରଞ୍ଜନ ପ୍ରିୟଙ୍କାଙ୍କ ସହ ପୃଥକ ଆଲୋଚନା କରିଥିବା ସୂଚନା ରହିଛି।

ଚାଷୀ, ରାଜନୀତି, ଅର୍ଥନୀତି, ସାମାଜିକ ନ୍ୟାୟ ଓ ବେକାରୀ ସମସ୍ୟା ନେଇ ନିରଞ୍ଜନ ପଟ୍ଟନାୟକ ଏଆଇସିସି ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ବିଜେପୁର ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ସେ ପ୍ରଚାର ପାଇଁ ଯିବେ ବୋଲି କହିଛନ୍ତି । ତେବେ ବିଜେପି ଏବଂ ବିଜେଡି କ୍ୟାମ୍ପେନର ତାଲିକା ଘୋଷଣା କରିଥିବା ବେଳେ ତାଙ୍କ ଦଳ ଖୁବଶୀଘ୍ର ଏ ନେଇ ଘୋଷଣା କରିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ତେବେ ସେ ପିସିସି ସଭାପତି ପଦରେ ରୁହନ୍ତୁ ବୋଲି ଗାନ୍ଧୀ ପରିବାର କହିଥିବା ଚର୍ଚ୍ଚା ହେଉଛି । ହେଲେ ଏହି ଚର୍ଚ୍ଚାର ଆଧାର ନାହିଁ । ଅସୁସ୍ଥତା ପାଇଁ ସେ ପଦରେ ରହିବାକୁ ଚାହୁନାହାନ୍ତି । ଏଆଇସିସି ନୂଆ ପିସିସି ସଭାପତି ଖୋଜିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବୋଲି ସେ କହିଛନ୍ତି।

Comments are closed.