Latest Odisha News

ପୁନମ ଢ଼ିଲୋଁଙ୍କ ଝିଅ ପଲୋମା, ସନ୍ନୀ ଦେଓଲଙ୍କ ପୁଅ ରାଜବୀରଙ୍କୁ ନେଇ ଫିଲ୍ମ କରିବ ରାଜଶ୍ରୀ ପ୍ରଡକ୍ସନ

ମୁମ୍ବାଇ: ରାଜଶ୍ରୀ ପ୍ରଡକ୍ସନ ସନ୍ନି ଦେଓଲଙ୍କ ପୁତ୍ର ରାଜବୀର ଦେଓଲ ଓ ପୁନମ ଢ଼ିଲୋଁଙ୍କ ଝିଅ ପଲୋମାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନିର୍ଦ୍ଦେଶନା ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ ଦେବେ । ଫିଲ୍ମର ଟାଇଟଲ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଜୁଲାଇ ୨୦୨୨ରେ ଏହାର ଶୁଟିଂ ଆରମ୍ଭ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଆଜିର ଯୁଗର ପ୍ରେମ କାହାଣୀ ହେବ । କିପରି ଏକ ଭବ୍ୟ ବାହାଘର ଅବସରରେ ସେମାନଙ୍କ ପ୍ରେମ କାହାଣୀ ଗଢ଼ି ଉଠିଛି ତାହା ଏଥିରେ ଦର୍ଶାଯିବ । ପଲୋମା ଓ ରାଜବୀରଙ୍କ କେମେଷ୍ଟ୍ରି ଫିଲ୍ମକୁ ଜୀବନ୍ତ କରିଦେବ ବୋଲି ଅବନୀଶ କହିଛନ୍ତି ।

୭୫ ବର୍ଷ ମଧ୍ୟରେ ରାଜଶ୍ରୀ ପ୍ରଡକ୍ସନ ସର୍ବଦା ପାରିବାରିକ ଫିଲ୍ମ ପ୍ରସ୍ତୁତ କରିଥାଏ ଏହା ବ୍ୟତୀତ ନୂତନ କଳାକାରଙ୍କୁ ସୁଯୋଗ ଦେବା ପାଇଁ ଉଦ୍ୟମ କରିଥାଏ । ଏହି ଫିଲ୍ମର ସମ୍ପୂର୍ଣ୍ଣ ଟିମ ଯୁବ ପିଢ଼ୀ ହୋଇଥିବାରୁ ନିଶ୍ଚିତ ଭାବେ ଭଲ କରିବେ ବୋଲି ସୁରଜ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.