Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗାଁରେ ପିଇବା ପାଣି ସମସ୍ୟା : ସମାଧାନ ଦାବି କଲେ ଗାଁର ଲୋକେ

ଯାଜପୁର : ତାତି ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ । ବିଭିନ୍ନ ସ୍ଥାନରେ ଏବେ ଉତ୍କଟ ପାନୀୟ ଜଳ ସମସ୍ୟା । କେଉଁଠି ପାଣି ଟାଙ୍କି ଅଚଳ ତ ଆଉ କେଉଁଠି ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ବହୁ ଦୂର । ଘରୋଇ ଜାଗାରରେ ପାଣି ଟାଙ୍କି ନିର୍ମାଣକୁ ନେଇ ସାହିରେ ଦ୍ୱନ୍ଦ ଚାଲିଥିବା ବେଳେ ଆକ୍ରୋଶର ଶିକାର ହେବା ସହ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତ କାନପୁର ଦଳିତ ସାହିରୁ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତ କାନପୁର ଗ୍ରାମର ଦଳିତ ସାହି । ଏଠାରେ ୨୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଏବେ ଟୋପାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି କାନପୁର ଗ୍ରାମର ଦଳିତ ସାହିର ବାସିନ୍ଦା । ସାହିରେ କୈାଣସି ସରକାରୀ କିମ୍ବା ବେସରକାରୀ ନଳକୂପ ନଥିବାରୁ ପାଣି ପାଇଁ ଗ୍ରାମବାସୀ ଅଧ କିଲୋମିଟର ଦୂରରେ ଥିବା ଏକ କୂଅ ଉପରେ ନିର୍ଭର କରୁଛନ୍ତି ।

ପ୍ରଚଣ୍ଡ ଖରାରେ  ମହିଳାମାନେ କାଖରେ ଗରା ହାତରେ ବାଲଟି ଧରି ପାଣି ପାଇଁ କୂଅ ପାଖରେ ଲମ୍ବା ଲାଇନ ଲଗାଉଛନ୍ତି । ସେଠାରେ ପାଣି ଯୋଗାଉଥିବା ପାଣିଟାଙ୍କିକୁ କିଛି ବ୍ୟକ୍ତି ଜାଣିଶୁଣି ଭାଙ୍ଗି ଦେଇଥିବା ଯୋଗୁ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ଏବେ ବି କୌଣସି ସମସ୍ୟାର ସମାଧାନ ହୋଇପାରିନି।

ପିଇବାପାଣି ଯୋଗୁ ଗାଁରେ ଲୋକଙ୍କ ସମସ୍ୟା ବଢିଚାଲିଥିବା ବେଳେ ଏନେଇ ମିଳିଛି ସମାଧାନର ପ୍ରତିଶ୍ରୁତି ।  ଅବରୋଧ କରି ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଲୋକମାନଙ୍କୁ ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ।

 

Comments are closed.